Wed. Dec 11th, 2019

ଭାଇରାଲ ହେଲା ଶିକ୍ଷକ ଓ ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ, ବନ୍ଦ ହେଲା ସ୍କୁଲ

ନୂଆଦିଲ୍ଲୀ : କୋଚିଂ କ୍ଲାସ୍ ବାହାନାରେ ଚାଲିଥିଲା ସେକ୍ସ ରାକେଟ୍ । ଏମିତି ଘଟଣା ଦେଖିବାକୁ ମିଳିଛି ବିହାର ରାଜଧାନୀ ପାଟଣାର ପାଲିଙ୍ଗଜରେ । ଏଠାରେ ଥିବା ଏକ କୋଚିଂ କ୍ଲାସରେ ସେକ୍ସ ରାକେଟ୍ ଚାଲୁଥିବା ଘଟଣା ସାମ୍ନାକୁ ଆସିଛି । ଏହି ସେକ୍ସ ରାକେଟ୍ ଜରିଆରେ ସ୍କୁଲଛାତ୍ରୀଙ୍କୁ ଫସାଇ ସେମାନଙ୍କୁ ବ୍ଲାକମେଲ୍ କରାଯାଉଥିଲା । ଏଥିରେ କୋଚିଂ ସେଣ୍ଟରର ମୁଖ୍ୟକୁ ପାଲିଙ୍ଗଜରେ ଏକ ପ୍ରାଇଭେଟ୍ ସ୍କୁଲ ସାହାଯ୍ୟ କରୁଥିଲା । ଘଟଣାର ସତ ସାମ୍ନାକୁ ଆସିବା ପରେ ସ୍କୁଲକୁ ବନ୍ଦ କରି ମାମଲାର ଯାଞ୍ଚ ପାଇଁ ଏକ ଟିମ୍ ଗଠନ କରିଛି ପୋଲିସ ।

ସୂଚନା ଅନୁସାରେ ମଙ୍ଗଳବାର ସକାଳେ ସୋସିଆଲ ମିଡିଆରେ ସମ୍ପୃକ୍ତ ଶିକ୍ଷକ ଓ ଜଣେ ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ହେବାପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । ଭିଡିଓ ଭାଇରାଲ ହେବାପରେ ନାବାଳିକା ଛାତ୍ରୀଙ୍କ ପରିବାର ଲୋକେ ଶିକ୍ଷକଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କଲେ । ଛାତ୍ରୀଙ୍କ ବୟସ ମାତ୍ର ୧୫ ବର୍ଷ । ସେ କୋଚିଂ ସେଣ୍ଟର ନିକଟରେ ଥିବା ସ୍କୁଲ୍ ଲିଟିଲ ଫ୍ଲାୱରରେ ୬ଷ୍ଠ ଶ୍ରେଣୀରେ ପଢନ୍ତି । ଛାତ୍ରୀଙ୍କ ସ୍କୁଲ ଅଧ୍ୟକ୍ଷ ତାଙ୍କ ପରିବାର ଲୋକଙ୍କୁ ଡାକି କହିଲେ ଯେ ଛାତ୍ରୀ ଜଣକ ପାଠପଢାରେ ଦୁର୍ବଳ ଅଛନ୍ତି । ତେଣୁ ତାଙ୍କୁ କୋଚିଂ ସେଣ୍ଟର ପଠାଇବାକୁ ପଡିବ । ଏଥିପାଇଁ ସେ ଜଣେ ଶିକ୍ଷକ ଧର୍ମେନ୍ଦ୍ର କୁମାରଙ୍କ ନାଁ ପ୍ରସ୍ତାବ ଦେଲେ ।  

ଧର୍ମେନ୍ଦ୍ର ସ୍କୁଲରେ ଇଂରାଜୀ ପଢାନ୍ତି । ଏବଂ ସେ ନିଜର ଏକ କୋଚଂ କ୍ଲାସ୍ ମଧ୍ୟ ଚଲାନ୍ତି । ସ୍କୁଲ୍ ଡାଇରେକ୍ଟର ଓ ଅନ୍ୟ ଶିକ୍ଷକଙ୍କ ପରାମର୍ଶ ପରେ ପରିବାର ଲୋକେ ସେହି କୋଚିଂ ସେଣ୍ଚରରେ ଛାତ୍ରୀଙ୍କୁ ଭର୍ତ୍ତି କଲେ । ପରେ ଯେତେବେଳେ କୋଚିଂ ସେଣ୍ଟରର ଶିକ୍ଷକ(ଧର୍ମେନ୍ଦ୍ର)ଙ୍କ ସହିତ ଛାତ୍ରୀଙ୍କ ଭିଡିଓ ଭାଇରାଲ ହେଲା ଛାତ୍ରୀଙ୍କ ପିତା ସ୍କୁଲ୍ ଯାଇ ଅଭିଯୋଗ କଲେ । ସେଠାରେ ଧର୍ମେନ୍ଦ୍ର ସାର୍ ନଥିଲେ । ସ୍କୁଲର ପ୍ରିନ୍ସିପାଲ୍ ଓ ଡାଇରେକ୍ଟର ଛାତ୍ରୀଙ୍କ ବାପାଙ୍କୁ ଧମକ ଦେଇ ତଡିଦେଲେ । ଏବଂ କହିଲେ ଯଦି ସେ ଏହି କଥା ଆଉ କାହା ଆଗରେ ପ୍ରକାଶ କରିବ ତେବେ ସ୍କୁଲରୁ ଛାତ୍ରୀଙ୍କ ନାଁ କାଟିଦେବେ ଏବଂ ସେ ଆଉ କାହାକୁ ମୁହଁ ଦେଖାଇପାରିବନି । ଥାନାରେ ଅଭିଯୋଗପତ୍ରରେ ଛାତ୍ରୀଙ୍କ ପରିବାରଲୋକେ କୋଚିଂ ସେଣ୍ଟରର ଶିକ୍ଷକଙ୍କ ସହିତ ସ୍କୁଲ ଡାଇରେକ୍ଟର, ପ୍ରିନ୍ସିପାଲ୍ ଓ ଅନ୍ୟ କିଛି ଶିକ୍ଷକଙ୍କ ବିରୁଦ୍ଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି ।

ଅନ୍ୟପକ୍ଷରେ ସ୍କୁଲର ଡାଇରେକ୍ଟରଙ୍କ କହିବାନୁସାରେ ଏହି ଭିଡିଓ ପ୍ରାୟ ୬ ମାସ ତଳର । ଏବଂ ଭିଡିଓରେ ଥିବା ଶିକ୍ଷକ ସ୍କୁଲରେ ପଢାନ୍ତି ନାହଁ । ସେ ୨ ମାସ ପୂର୍ବରୁ ସ୍କୁଲ୍ ଛାଡିସାରିଛନ୍ତି । ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ସ୍କୁଲ ଭିତର ଦୃଶ୍ୟ ନୁହେଁ । ମାମଲାକୁ ଶାନ୍ତ ରଖିବା ପାଇଁ ସ୍କୁଲକୁ ବନ୍ଦ କରିଦେଇଛି ପୋଲିସ ।  ତେବେ ପୂର୍ବରୁ ମଧ୍ୟ ଏମିତି ଅନେକ ଘଟଣା ଘଟିଛି । ତେଣୁ ପୋଲିସ ଏହା ଏକ ସେକ୍ସ ରାକେଟ୍ ବୋଲି ସନ୍ଦେହ କରି ତଦନ୍ତ ଚଳାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *