ଭାବିସ୍ଵାମୀର ବଳତ୍କାର, ବାକ୍‌ଶକ୍ତି ହରାଇଲେ ଯୁବତୀ

ନୂଆଦିଲ୍ଲୀ : ବିବାହ ପୂର୍ବରୁ ଭାବିସ୍ଵାମୀଙ୍କ ଦ୍ୱାରା ବଳତ୍କାରର ଶିକାର ହୋଇଛନ୍ତି ଭାବୀପତ୍ନୀ। ଏହି ଘଟଣା ପରେ ପୀଡ଼ିତା ନିଜର ବାକ୍ ଶକ୍ତି ହରାଇଥିବା ବେଳେ ବିବାହ ପାଇଁ ଅଭିଯୁକ୍ତ ମନା କରିଦେଇଛି ଅଭିଯୁକ୍ତ। ଏହି ମାମଲାରେ ପୀଡିତାର ଲିଖିତ ବୟାନ ମାଜିଷ୍ଟେ୍ରଟଙ୍କ ସାମ୍ନାରେ ରେକର୍ଡ କରିବା ପାଇଁ କୋର୍ଟ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଗତ ଜୁନ ୫ ତାରିଖରେ ଯୁବତୀଙ୍କୁ ରୋହିଣୀରେ ଥିବା ମେଟ୍ରୋ ଓ୍ବାକକୁ ବୁଲେଇ ନେବାର ଆଳକରି ସେଠାରେ ବଳତ୍କାର କରିବାକୁ ଉଦ୍ୟମ କରିଥିଲା। ଯୁବତୀ ଜଣଙ୍କ ତାକୁ ବିରୋଧ କରିଥିଲେ। କିନ୍ତୁ ଭାବିସ୍ଵାମୀ ଜଣକ ସ୍ଵାମୀ ଓ ସ୍ତ୍ରୀ ଭିତରେ ଏଭଳି ସଂପର୍କ ରଖାଯାଏ କହି ଯୁବତୀଙ୍କ ମନକୁ ପରିବର୍ତ୍ତନ କଋ ନିଜର କାମନା ଚରିତାର୍ଥ କରିଥିଲେ। ଘଟଣାର କିଛିଦିନ ପରେ ବିବାହ ପାଇଁ ରଖିଥିଲେ ସର୍ତ୍ତ। ଦାବି କରିଥିଲେ ୧୦ ଲକ୍ଷ ଟଙ୍କା ଓ କାର୍ । ହେଲେ ଯୁବତୀଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଦେଇ ପାରିବେନି ବୋଲି କହି ଅଭିଯୁକ୍ତ ନାଁରେ ସ୍ଥାନୀୟ ଥାନାରେ ଏତଲା ​‌ଦେଇଥିଲେ। ପରବର୍ତୀ ସମୟରେ ମାମଲା କୋର୍ଟ କଚେରୀକୁ ଯାଇଛି।

ମତାମତ ଦିଅନ୍ତୁ ।