ଭାବି ସ୍ୱାମୀଙ୍କ ସହ ସେଲଫି ନେଉଥିବା ବେଳେ କୂଅରେ ପଡି ଯୁବତୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଭାବି ସ୍ୱାମୀଙ୍କ ସହ ହସ ଖୁସିରେ ସେଲଫି କାଳ ହେଲା। କୂଅରେ ଖସିପଡି ଚାଲିଗଲା ଯୁବତୀଙ୍କ ଜୀବନ। ଏହିଭଳି ଏହ ଦୁଃଖଦ ଘଟଣା ଚେନ୍ନାଇର ଗାନ୍ଧିନଗରରେ ଘଟିଛି। ପାଖରେ ଥିବା ଶିଢ଼ିରେ ନିଜ ଭାବି ସ୍ୱାମୀଙ୍କ ସହିତ ସେଲଫି ନେଉଥିଲା ବେଳେ ଏଭଳି ଏକ ଦୁଃଖଦ ଘଟଣା ଘଟି ଯାଇଛି। ୨୩ବର୍ଷର ଟି ମର୍ସିି ଷ୍ଟେଫି ପତ୍ତାବିରମ ଗାନ୍ଧିନଗରରେ ବସବାସ କରନ୍ତି। ତାଙ୍କ ବିବାହ ଡି ଓପ୍ପୁଙ୍କ ସହିତ ଜାନୁଆରିରେ ହେବାର ଥିଲା। ନିକଟରେ ଦୁହିଁଙ୍କ ନିର୍ବନ୍ଧ ଶେଷ ହୋଇଥିଲା।

ଖବର ଅନୁଯାୟୀ ଟି ମର୍ସି ଓ ଡି ଅପ୍ପୁ ଦୁହେଁ ଗୋଟିଏ କମ୍ପାନିରେ କାମ କରୁଥିଲେ। ଜାନୁଆରିରେ ହୋଇଥାନ୍ତା ବିବାହ। ନିକଟରେ ଦୁହିଁଙ୍କ ନିର୍ବନ୍ଧ ସରିଥିଲା। କିନ୍ତୁ ସୋମବାର ଦୁହେଁ ବାଇକ୍‌ରେ କେଉଁଆଡେ ବୁଲିବାକୁ ଯାଉଥିଲେ। ଏହି ସମୟରେ କ୍ଷତରେ କିଛି ସମୟ ବସିଥିଲେ। ବସୁବସୁ ମର୍ସି ଅପ୍ପୁଙ୍କୁ କୂଅ ପାଖରେ ତାଙ୍କର ଏକ ଫଟୋ ନେବାକୁ କହିଥିଲେ। ଲୋକେ କହନ୍ତି କୂଅଟି ବହୁ ପୁରୁଣା ଥିଲା। ଏଥିରେ ଶିଢ଼ି ବି ରହିଥିଲା। ମର୍ସି ଓ ଅପ୍ପୁ ସେଲଫି ନେବା ପାଇଁ ତଳକୁ ଓହ୍ଲାଇଥିଲେ। ଏହି ସମୟରେ ମର୍ସିଙ୍କ ଗୋଡ ଖସିଯିବାରୁ ଅପ୍ପୁ ତାଙ୍କ ହାତ ଧରିଥିଲେ। ଫଳରେ ଦୁହେଁ କୂଅରେ ପଡ଼ି ଯାଇଥିଲେ। ସ୍ଥାନୀୟଲୋକଙ୍କ ସାହାଯ୍ୟରେ ଅପ୍ପୁ କୂଅ ଭିତରୁ ଉଦ୍ଧାର ହୋଇଥିଲେ। ହେଲେ ମର୍ସିଙ୍କର କୌଣସି ସନ୍ଧାନ ମିଳିନଥିଲା। ପରେ ଉଦ୍ଧାରକାରୀ ଟିମଙ୍କୁ ଖବର ଦିଆଯାଇଥିଲା। ସେମାନେ ଘଟଣାସ୍ଥଳରେ ପହଞ୍ଚି ମର୍ସିଙ୍କ ଶବକୁ କୂଅ ଭିତରକୁ ଉଦ୍ଧାର କରିଥିଲେ।

ମତାମତ ଦିଅନ୍ତୁ ।