ଭାରତରେ କରୋନା ଟିକା, ଜୁଲାଇରୁ କ୍ଲିନିକାଲ୍ ଟ୍ରାଏଲ

ନୂଆଦିଲ୍ଲୀ : ଭାରତରେ ପ୍ରସ୍ତୁତ ହୋଇଛି କରୋନା ପ୍ରତିଷେଧକ ଟିକା କୋଭାକ୍ସିନ। ଜୁଲାଇ ମାସରେ କ୍ଲିନିକାଲ୍ ଟ୍ରାଏଲ କରାଯିବ। ଆଇସିଏମ୍ଆର୍ ଓ ନ୍ୟାସନାଲ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଭାଇରୋଲୋଜି ସହ ମିଳିତ ଉଦ୍ୟମରେ ଭାରତ ବାୟୋଟେକ୍ ଏହି ଟିକା ପ୍ରସ୍ତୁତ କରିଛି। ଏନ୍ଆଇଭିରେ ଗବେଷଣା ପରେ ଭାରତ ବାୟୋଟେକ୍‌କୁ ଟିକା ପ୍ରସ୍ତୁତ ପାଇଁ ଜ୍ଞାନକୌଶଳ ଦିଆଯାଇଥିଲା। ସଂପୂର୍ଣ୍ଣ ଭାରତୀୟ ଜ୍ଞାନକୌଶଳରେ ଭାରତ ବାୟୋଟେକ୍ ଏହି ଟିକା ପ୍ରସ୍ତୁତ କରିଥିବା ବେଳେ ଏହାକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ ବା ଡିସିଜିଆଇର ମଞ୍ଜୁରୀ ମିଳିଛି। ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା କୋଭାକ୍ସିନର ଫେଜ୍–୧ ଓ ଫେଜ୍–୨ କ୍ଲିନିକାଲ୍ ଟାଏଲ ପାଇଁ ଡିସିଜିଆଇ ମଞ୍ଜୁରୀ ଦେଇଛି।

ମତାମତ ଦିଅନ୍ତୁ ।