ଭାରତରେ ନିବେଶ ପାଇଁ ଶିଳ୍ପପତିଙ୍କୁ ଆମନ୍ତ୍ରଣ କଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ ପୁଞ୍ଜି ନିବେଶ ପାଇଁ ଅନ୍ତର୍ଜାତୀୟ କମ୍ପାନିମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ନ୍ୟୁୟର୍କଠାରେ ଅନୁଷ୍ଠିତ ଗ୍ଲୋବାଲ ବିଜନେସ ସମିଟ ଅବସରରେ ସେ କହିଛନ୍ତି ତାଙ୍କ ସରକାରଙ୍କ ଦ୍ୱାରା କର୍ପୋରେଟ ଟିକସ ହ୍ରାସ କରାଯାଇଛି। ଏହା ବ୍ୟବସାୟ ଜଗତ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି। ସେ କହିଛନ୍ତି ଭାରତ ସରକାର ବିଦେଶୀ ପୁଞ୍ଜିନିବେଶ ପାଇଁ ପ୍ରତିରକ୍ଷା କ୍ଷେତ୍ରକୁ ଖୋଲିଦେଇଛନ୍ତି। ବିଦେଶୀ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣକାରୀ କମ୍ପାନିମାନେ ଏହାର ସୁଯୋଗ ନେଇପାରିବେ।

ମତାମତ ଦିଅନ୍ତୁ ।