ଭାରତର ଇତିହାସ ଅଲଗା ଢଙ୍ଗରେ ଲେଖାଯାଇଛି-ମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର : ବିଦେଶୀ ଐତିହାସିକମାନେ ଭାରତର ଇତିହାସକୁ ଅଲଗା ଢଙ୍ଗରେ ଲେଖି ଦେଶର ବିଭେଦର ମଞ୍ଜି ବୁଣିଛନ୍ତି। ଧର୍ମ, ଭାଷା, ଅଞ୍ଚଳ ଭିତରେ ଲୋକଙ୍କୁ ଅଲଗା କରାଯାଇଛି। ତେଣୁ ଭାରତର ଇତିହାସ ବଦଳିବା ଆବଶ୍ୟକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଭୁବନେସ୍ଵରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଇତିହାସକାରମାନେ ହିନ୍ଦୁ- ଶିଖ୍ ଭିତରେ ଫରକ ଦେଖାଉଛନ୍ତି। ଉତ୍ତର ଭାରତ ଓ ଦକ୍ଷିଣ ଭାରତ ଭିତରେ ଭାଷା ଓ ସଂସ୍କୁତିର ଫରକ ବୋଲି କହୁଛନ୍ତି। କିନ୍ତୁ ଏହା ଠିକ୍ ନୁହେଁ। କେବଳ ସେତିକି ନୁହେଁ କିଛି ଇତିହାସକାର କହୁଛନ୍ତି ଭାରତ ବର୍ଷର କେତେକ ଆଦିମ ଅଧିବାସୀ ବାହାରୁ ଆସିଛନ୍ତି। ଏହା କହିବା ଦ୍ଵାରା ଆଦିବାସୀ ଓ ବ୍ରାହ୍ମଣଙ୍କ ଭିତରେ ବିଭେଦ ସୃଷ୍ଟି ହୋଇଛି। ଏସବୁ ଇତିହାସକୁ ବଦଳାଇବା ଆବଶ୍ୟକ ରହିଛି ବୋଲି ଶ୍ରୀ ଷଡଙ୍ଗୀ ମତ ଦେଇଛନ୍ତି।

ମତାମତ ଦିଅନ୍ତୁ ।