ଭାରତୀୟ ଯବାନ ପିନ୍ଧିବେ ସେନ୍‌ସର ଲାଗିଥିବା ସ୍ମାର୍ଟ ପୋଷାକ

ନୂଆଦିଲ୍ଲୀ : ସେନ୍‌ସର ଲାଗିଥିବା ସ୍ମାର୍ଟ ପୋଷାକ ଭାରତୀୟ ଯବାନ। ଏହାଦ୍ଵାରା ସେମାନଙ୍କ ଗତିବିଧି ଜଣା ପଡିବ। ସ୍ମାର୍ଟ କପଡାରେ ତିଆରି ହେବ ଏହି ପୋଷାକ। ପୋଷାକ ପ୍ରସ୍ତୁତ କରିବାକୁ ୟୁପି ଟେକ୍ସଟାଇଲ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟ (ୟୁପିଟିଟିଆଇ)କୁ ଦାୟିତ୍ଵ ଦିଆଯାଇଛି।

 ଗତ ଜୁନ ମାସରେ ଦୁର୍ଘଟଣାଗ୍ରସ୍ତ ହୋଇ ଭାରତୀୟ ବାୟୁସେନାର ଏଏନ-୩୨ ବିମାନର ସନ୍ଧାନ ପାଇଁ ୧୦ ଦିନ  ସମୟ ଲାଗିଥିଲା। ସ୍ମାର୍ଟ ପୋଷାକ ଦ୍ଵାରା ଏହି ସମସ୍ୟା ହେବନାହିଁ ବୋଲି ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଛନ୍ତି।

ଏହାଛଡା ପାଣି ଧୋଇଲେ ମଧ୍ୟ ପୋଷାକରେ ଲାଗିଥିବା ସେନ୍‌ସରର ଉପରେ କୌଣସି ପ୍ରଭାବ ପଡିବ ନାହିଁ। ଯବାନଙ୍କ ସୁରକ୍ଷା ପାଇଁ ସେନ୍‌ସର ସହ ବିଭିନ୍ନ ପ୍ରକାର ପିଚରସ ଏହିରେ ରହିବ। ସେନ୍‌ସରର କୋଡ୍ ସଂପର୍କରେ କେବଳ ଯବାନମାନେ ହିଁ ଜାଣି ପାରିବେ। ଡକ୍ଟର ଏପିଜେ ଅବଦୁଲ କାଲାମ ୟୁନିର୍ଭସିଟିରୁ ୬୦ ଲକ୍ଷ ଟଙ୍କା ୟୁପିଟିଟିଆଇକୁ ଦିଆଯାଇଛି। ସଂସ୍ଥାର ମୁଖ୍ୟ ମୁକେଶ ସିଂହଙ୍କୁ ତତ୍ତ୍ଵାବଧାନରେ ସ୍ମାର୍ଟ ପୋଷାକ ତିଆରି କରାଯିବ।

ମତାମତ ଦିଅନ୍ତୁ ।