ଭାରତୀୟ ସେନାର ଟି୯୦ ଯୁଦ୍ଧ ଟ୍ୟାଙ୍କରେ ବିସ୍ଫୋରଣ

ନୂଆଦିଲ୍ଲୀ : ଭାରତୀୟ ସେନାର ଏକ ଟି୯୦ ଯୁଦ୍ଧ ଟ୍ୟାଙ୍କ ଗତକାଲି ବିସ୍ଫୋରଣ ହୋଇ ନଷ୍ଟ ହୋଇଯାଇଛି। ରାଜସ୍ଥାନର ପୋଖରାନ ଟେଷ୍ଟ ରେଞ୍ଜରେ ଏହି ଦୁର୍ଘଟଣା ଘଟିଥିଲେ ହେଁ କେହି ମୃତାହତ ହୋଇନଥିବା ଖବର ମିଳିଛି।

ସେନା ସୁତ୍ର ଅନୁଯାୟୀ ରାଜସ୍ଥାନର ଜୟସେଲମେର ଜିଲ୍ଲାସ୍ଥିତ ପୋଖରାନ ଟେଷ୍ଟ ରେଞ୍ଜରେ ଏକ ସାମରିକ ଅଭ୍ୟାସ ଚାଲିଥିବା ବେଳେ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ଟି୯୦ର ତେଲ ଟାଙ୍କିରେ ହଠାତ ବିସ୍ଫୋରଣ ହୋଇଥିଲା। ଆଉ ଟ୍ୟାଙ୍କଟି ନଷ୍ଟ ହୋଇଯାଇଥିଲା। ଭାରତୀୟ ସେନା ପକ୍ଷରୁ ଏହି ଘଟଣାର ତଦନ୍ତ (କୋର୍ଟ ଅଫ ଇନକ୍ୱାରୀ) ନିର୍ଦ୍ଦେଶ ଦିଆଯାଇଛି।

ମତାମତ ଦିଅନ୍ତୁ ।