ଭାରତୀୟ ସେନା ଗୁଳିରେ ୨ ପାକ୍ ସୈନିକ ନିହତ

ନୂଆଦିଲ୍ଲୀ : ପାକିସ୍ତାନ ସେନା ଭାରତୀୟ ସୀମାରେ ପଶିବାକୁ ଉଦ୍ୟମ କରିବା ବେଳେ ଭାରତୀୟ ସେନା ଗ୍ରହଣ କରିଛି କଡା କାର୍ଯ୍ୟାନୁଷ୍ଠାନ। ସେନା ଗୁଳିରେ ପାକ୍ ବର୍ଡର ଆକ୍ସନ ଟିମର ବା ବାଟ୍ ୨ଜଣ ଯବାନ ନିହତ ହୋଇଛନ୍ତି।

ଖବର ଅନୁଯାୟୀ ଜମ୍ମୁ-କାଶ୍ମୀରର ହଜିପୁର ସେକ୍ଟରରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲଙ୍ଘନ କରିଥିଲା। ଭାରତୀୟ ସେନା ଦେଇଥିଲା ଏହାର ଜବାବ। ଏଥିରେ ୨ଜଣ ପାକର ବାଟ୍ ଯବାନ ନିହତ ହୋଇଥିଲେ। ଏନେଇ ସେନା ଏକ ଭିଡିଓ ଜାରି କରିଛି। ଯେଉଁଥିରେ ପାକ୍ ସେନାର କିଛି ଅଫିସର ଧଳା ପତାକା ଧରି ନିହତ ଯବାନଙ୍କ ମୃତଦେହ ନେବାକୁ ଆସୁଛନ୍ତି।

ମତାମତ ଦିଅନ୍ତୁ ।