ଭାରତୀୟ ସେନା ଦ୍ଵାରା ଆତଙ୍କବାଦୀଙ୍କ ଏକାଧିକ ଲଞ୍ଚପ୍ୟାଡ୍‌ ଧ୍ୱଂସ

ନୂଆଦିଲ୍ଲୀ: ପାକ୍‌ ଅଧିକୃତ କଶ୍ମୀର ବା ପିଓକେରେ ଭାରତୀୟ ସେନା ଆଜି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଲିପା ଭ୍ୟାଲିରେ ପାକିସ୍ତାନୀ ସେନା ଦ୍ୱାରା ନିୟନ୍ତ୍ରିତ ହେଉଥିବା ଏକାଧିକ ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ ଧ୍ୱଂସ ହୋଇଛି। ଉଲ୍ଲେଖଯୋଗ୍ୟ ଲିପା ଭ୍ୟାଲି ପାକିସ୍ତାନ ସେନା ଶିବିର ନିକଟରେ ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ ପାକ୍‌ ସେନାର ତତ୍ତ୍ୱାବଧାନରେ ଗଢ଼ି ଉଠିଥିଲା। ତାଲିମପ୍ରାପ୍ତ ଆତଙ୍କବାଦୀମାନଙ୍କୁ ଆଣି ପାକ୍‌ ସେନା ଏହି ସବୁ ଲଞ୍ଚପ୍ୟାଡ୍‌ରେ ରଖି ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଥିଲା। ସୁବିଧା ସୁଯୋଗ ଦେଖି ସେମାନଙ୍କୁ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରାଇବାରେ ସହଯୋଗ କରୁଥିଲା।

ସେହିପରି ପାକିସ୍ତାନ ବର୍ଡର ଆକ୍ସନ ଟିମର ସହଯୋଗରେ ସୀମାରେ ଆତଙ୍କବାଦୀ ଅନୁପ୍ରବେଶ କରୁଥିବା ବେଳେ ଭାରତୀୟ ସେନାର ଗୁଳିରେ ନିହତ ହୋଇଛନ୍ତି। ଏହାର ଭିଡିଓ ଜାରି କରିଛି ଭାରତୀୟ ସେନା। ଗତ ଅଗଷ୍ଟ ପ୍ରଥମ ସପ୍ତାହରେ ପାକିସ୍ତାନ ସେନା ସହାୟତାରେ କେରନ ସେକ୍ଟର ବାଟେ ଭାରତର ସୀମା ମଧ୍ୟକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ ଆତଙ୍କବାଦୀ। ପୂର୍ବରୁ ସଜାଗ ଥିବା ଭାରତୀୟ ସେନାର ଗୁଳି ମାଡରେ ସେମାନେ ନିହତ ହୋଇଥିଲେ। ଏପରିକି ଆତଙ୍କବାଦୀଙ୍କ ସହ ପାକିସ୍ତାନ ସେନାର କମାଣ୍ଡୋଙ୍କର ମଧ୍ୟ ଭାରତୀୟ ସେନା ଗୁଳିରେ ମୃତ୍ୟୁ ହୋଇଥିବା ଭିଡିଓରେ ସ୍ପଷ୍ଟ ହୋଇଛି।

ମତାମତ ଦିଅନ୍ତୁ ।