ଭାରତ-ଋଷିଆ ନିର୍ମାଣ କରିବେ ୬ଟି ବୁଡ଼ାଜାହାଜ

ନୂଆଦିଲ୍ଲୀ : ଭାରତ-ଋଷିଆ ମିଶି ଭାରତୀୟ ନୌସେନା ପାଇଁ ୬ଟି ବୁଡ଼ାଜାହାଜ ନିର୍ମାଣ କରିବେ। ଋଷିଆ ଏଥିପାଇଁ ଆଗ୍ରହ ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଦିନିଆ ଋଷିଆ ଗସ୍ତ ଅବସରରେ ଆଜି ମସ୍କୋଠାରେ ଆୟୋଜିତ ଦୁଇ ଦେଶର ପ୍ରତିନିଧି ସ୍ତରୀୟ ଆଲୋଚନା ବେଳେ ଏହି ନିଷ୍ପତ୍ତି ହୋଇଛି। ପ୍ରେଜେକ୍ଟ ୭୫(I) ଅଧୀନରେ ନିର୍ମାଣ ହେବାକୁ ଥିବା ୬ଟି ବୁଡ଼ାଜାହାଜ ପାଇଁ ୪୦,୦୦୦ କୋଟି ଟଙ୍କା ବ୍ୟୟ କରାଯିବ। ସଂପୂର୍ଣ୍ଣ ସ୍ୱଦେଶୀ ତଥା ସର୍ବାଧୁନିକ ଜ୍ଞାନକୌଶଳରେ ଏହି ବୁଡ଼ାଜାହାଜର ନିର୍ମାଣ କରାଯିବା ନିର୍ମାଣ ପାଇଁ ଉଭୟ ଦେଶ ଡିଜାଇନ୍‌ ଠାରୁ ଆରମ୍ଭ କରି ଚୂଡ଼ାନ୍ତ ନିର୍ମାଣ ପର୍ଯ୍ୟନ୍ତ ମିଳିତ ଭାବେ କରିବେ ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।