ଭାରତ-ଜାପାନର ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ : ହିନ୍ଦ ମହାସାଗରରେ ଭାରତ ଓ ଜାପାନର ନୌସେନା ମିଳିତ ଯୁଦ୍ଧଭ୍ୟାସ କରିଛନ୍ତି। ଜାପାନର ନୌସେନା ଟୁଇଟ୍ କରି ଏହି ସୂଚନା ଦେଇଛି। ଜୁନ୍ ୨୭ରେ ଜାପାନର ମୋରେଟାଇମ୍ ଡିଫେନ୍ସ ଫୋର୍ସର ଜେଏସ କଶିମା ଓ ଜେଏସ ଶିମୟୁକି ଭାରତୀୟ ନୌସେନାର ଆଇଏନଏସ ରାଣା ଏବଂ ଆଇଏନଏସ କୁଳୀଶ ଏହି ଯୁଦ୍ଧଭ୍ୟାସରେ ସାମିଲ ହୋଇଥିଲା। ଏହା ମାଧ୍ୟମରେ ଦୁଇ ଦେଶ ସମ୍ପର୍କକୁ ଆହୁରି ମଜବୁତ କରିଛନ୍ତି। ଭାରତ-ଚୀନ୍ ବିବାଦ ସମୟରେ ଏହି ଯୁଦ୍ଧଭ୍ୟାସକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।