ଭାରତକୁ ମିଳିଲା ପ୍ରଥମ ରାଫେଲ ବିମାନ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାକୁ ଆଜି ମିଳିଛି ପ୍ରଥମ ରାଫେଲ ଯୁଦ୍ଧ ବିମାନ। ପ୍ୟାରିସଠାରେ ଏହାକୁ ଡେପୁଟୀ ଚିଫ ଏୟାର ମାର୍ସାଲ ଭିଆର ଚୌଧୁରୀ ଗ୍ରହଣ କରିବା ସହିତ ଏକ ଚୁକ୍ତିପତ୍ରରେ ସ୍ୱାକ୍ଷର କରିଛନ୍ତି। ସେ ରାଫେଲବିମାନକୁ ପ୍ରାୟ ଏକ ଘଣ୍ଟା ଉଡାଇଥିବା ଜଣାପଡିଛି। ଆସନ୍ତା ଅକ୍ଟୋବର ୮ ଦଶହରା ଦିନ ଏହି ବିମାନକୁ ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ କରାଯିବ। ଏହି ବିମାନର ଟେଲ ନମ୍ବର ଆରବି-୦୦୧। ଭାରତୀୟ ବାୟୁସେନାର ପରବର୍ତ୍ତି ମୁଖ୍ୟ ଆରକେ ଭଦୁରିଆଙ୍କ ନାଁରେ ଏହି କୋଡ ନମ୍ବର ଦିଆଯାଇଛି। ଆରକେ ଭଦୁରିଆ ହିଁ ରାଫେଲ ଚୁକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ ଯେ ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ପାଇଁ ଫ୍ରାନ୍ସ ସରକାରଙ୍କ ସହିତ ୫୯ ହଜାର କୋଟି ଟଙ୍କାର ଚୁକ୍ତି କରିଥିଲେ। ଆସନ୍ତା ୨ବର୍ଷ ମଧ୍ୟରେ ଅବଶିଷ୍ଟ ୩୫ଟି ରାଫେଲ ବିମାନ ଭାରତରେ ପହଞ୍ଚିବ।

ମତାମତ ଦିଅନ୍ତୁ ।