ଭାରତ ସାମଗ୍ରୀ ବ୍ୟବହାର କରି ବିସ୍ଫୋରକ ପ୍ରସ୍ତୁତ କରୁଥିଲା ଆଇଏସ

ନୂଆଦିଲ୍ଲୀ : ତୁର୍କୀ ଖୋଲାଖୋଲି ଭାରତକୁ ବିରୋଧ କରୁଥିବାରୁ ତୁର୍କୀ-ଭାରତର ସମ୍ପର୍କ ଖରାପ ଆଡକୁ ଗତି କରୁଛି। ସେଥିପାଇଁ ତୁର୍କୀକୁ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ବନ୍ଦ କରିଦେଇଛି ଭାରତ।

ଇଂରାଜୀ ଦୈନିକ ଦି ଇକନୋମିକ୍ସ ଟାଇମର ଏକ ରିପୋର୍ଟ ଅନୁସାରେ ଭାରତ ଆଉ ଏକ କାରଣରୁ ତୁର୍କୀକୁ ପ୍ରତିରକ୍ଷା ସାମଗ୍ରୀ ଓ ଦ୍ୱୈତ ବ୍ୟବହାରଯୋଗ୍ୟ ସାମଗ୍ରୀ ( ଯେଉଁ ସାମଗ୍ରୀ ଉଭୟ ବେସାମରିକ ଓ ସାମରିକ କାର୍ଯ୍ୟରେ ବ୍ୟବହାର କରିହେବ) ରପ୍ତାନି ବନ୍ଦ କରିଛି। ବେଆଇନ ଅସ୍ତ୍ରଶସ୍ତ୍ର ଉପରେ ନଜର ରଖୁଥିବା ଅନ୍ତର୍ଜାତୀୟ ସଂସ୍ଥା କନଫ୍ଲିକ୍ଟ ଅର୍ମାମେଣ୍ଟ ରିସର୍ଚ୍ଚର ଏକ ରିପୋର୍ଟ ଅନୁସାରେ ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ସଂସ୍ଥା ଆଇଏସ ଯେଉଁସବୁ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରୁଥିଲା ସେଥିରେ ଭାରତ ନିର୍ମିତ କେତେକ ସାମଗ୍ରୀ ଥିଲା। ଭାରତ ତୁର୍କୀକୁ ଯୋଗାଉଥିବା କେତେକ ପ୍ରତିରକ୍ଷା ସାମଗ୍ରୀ ତୁର୍କୀ ସରକାରଙ୍କ ଜରିଆରେ ଆଇଏସ ପାଖରେ ପହଞ୍ଚୁଥିଲା। ଏହି କଥା ଜଣାପଡିବା ପରେ ଭାରତ ସରକାର ସତର୍କ ହୋଇଯାଇଛନ୍ତି।

ମତାମତ ଦିଅନ୍ତୁ ।