ଭିଏସଏସ ନଗରରେ ‘ଜୀବନ ବିନ୍ଦୁ’ ରକ୍ତଦାନ ଶିବିର

ଭୁବନେଶ୍ଵର : ରାଜଧାନୀର ଭିଏସଏସ ନଗର କ୍ରିୟାଯୋଗ ଆଶ୍ରମ ପରିସରରେ ଆଜି ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ତତ୍ତ୍ଵାବଧାନରେ “ଜୀବନ ବିନ୍ଦୁ” ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଟିମ୍ ପ୍ରକାଶ ତ୍ରିପାଠୀ, ଜୟ ମା ୟୁଥ୍ କ୍ଲବ୍ ଓ ମହାବୀର ମଲ୍ଟି ଜିମ୍ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହି ଅବସରରେ କରୋନାକୁ ଭୟ ନକରି ଖବର ପ୍ରସାରଣ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସାମ୍ବାଦିକ ମାନଙ୍କୁ “କରୋନା ଯୋଦ୍ଧା” ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସୋମବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ଓଡିଶା-ମୋ ପରିବାର ଅଧକ୍ଷ ଅରୁପ ପଟ୍ଟନାୟକ, ଓ ଅନ୍ୟତମ ଅତିଥି ଭାବେ ବିଜେଡି ଉତ୍ତର ସଭାପତି ସୂର୍ଯ୍ୟକାନ୍ତି ଜେନା, ପୂର୍ବତନ କର୍ପୋରେଟର ଅମରେଶ ଜେନା, ସମୀର କୁମାର ପ୍ରଧାନ, ଶିବ ପ୍ରସାଦ ମିଶ୍ର, ଦିଲିପ୍ ଦାସ ଶର୍ମା, ୱାର୍ଡ ସଭାପତି ମହେଶ୍ୱର ବିଶ୍ଵାଳ, ସଦାଶିବ ଜେନା, ସୌମ୍ୟ ରଞ୍ଜନ ପ୍ରଧାନ, ଅକ୍ଷୟ ସ୍ୱାଇଁ, ଦୀପକ ନାୟକ, ଲୋକେଶ କୁମାର ଓ କ୍ଲବ୍ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ବୋଲି ଆୟୋଜକ ଡଃ ପ୍ରକାଶ ତ୍ରିପାଠୀ ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।