Breaking Newsରାଜ୍ୟ

ଭିଜିଲାନ୍ସ ଜଲରେ ରାଜସ୍ୱ ନିରୀକ୍ଷକ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକୁଲା ରାଜସ୍ୱ ନିରୀକ୍ଷକ ଦିନମଣି ରାଉତରାୟ ଜଣେ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଶ୍ରୀ ରାଉତରାୟଙ୍କୁ ଭବାନୀପାଟଣା ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଗିରଫ କରି କୋର୍ଟଚାଲାଣ କରୁଛନ୍ତି। ବାଲିଘାଟ କରାଇ ଦେବା ନାଁରେ ଜଣେ ବ୍ୟବସାୟୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ତୁକୁଲା ନିକଟସ୍ଥ ଅର୍ଜୁନ ନଦୀ ବାଲିଘାଟ କରେଇ ଦେବା ନାଁରେ ବ୍ୟବସାୟୀ ଯୁଗଲ ଠେଲାଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଆଜି ଅପରାହ୍ନ ୪ଟାରେ ଧରାପଡ଼ିଥିଲେ।

ମତାମତ ଦିଅନ୍ତୁ ।

Back to top button