ଭିଡିଓରେ ଦେଖନ୍ତୁ : ଆଇଆଇଟି କ୍ଲାସ ରୁମରେ ଗାଈ

ମୁମ୍ବାଇ : କିଛି ଦିନ ତଳେ ବମ୍ବେ ଆଇଆଇଟିର କ୍ୟାମ୍ପସରେ ଜଣେ ଶିକ୍ଷାର୍ଥୀଙ୍କୁ ବୁଲା ଷଣ୍ଢମାନେ ଆକ୍ରମଣ କରିଥିଲେ। କିନ୍ତୁ ଆଜି ଏହି ପ୍ରସିଦ୍ଧ ଶିକ୍ଷାନୁଷ୍ଠାନରେ ଗୋଟିଏ ଗାଈ ପ୍ରବେଶ କରିବାର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶନିବାର ମୁମ୍ବାଇରେ ପ୍ରବଳ ବର୍ଷା ହେଉଥିଲା। ଏହି ସମୟରେ ବମ୍ବେ ଆଇଆଇଟିରେ କ୍ଲାସ ଚାଲିଥିଲା। ତେବେ କ୍ଲାସ ରୁମ୍‌କୁ ହଠାତ୍‌ ଏକ ଗାଈ ପଶି ଆସିଥିଲା। ଏହାକୁ ଦେଖି ଛାତ୍ରଛାତ୍ରୀମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ। ଏହି ଘଟଣା ଯୋଗୁ ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

https://twitter.com/Dominus_rv18/status/1155514826598363136?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1155514826598363136&ref_url=https%3A%2F%2Fodishareporter.in%2Fnation%2Fa-cow-enters-an-iit-mumbai-class-room-412804

ମତାମତ ଦିଅନ୍ତୁ ।