ଭିଡିଓରେ ଦେଖନ୍ତୁ ଆଣ୍ଟି-ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ରାଜସ୍ଥାନର ପୋଖରାନ ରେଞ୍ଜରେ ଆଣ୍ଟି-ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍ (ଏଟିଜିଏମ୍) ‘ନାଗ’ର ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ମରୁଭୂମି ଭଳି ପରିବେଶରେ ଭିନ୍ନ ଭିନ୍ନ ସ୍ଥାନରେ ଏବଂ ସମୟ ନିର୍ଘଣ୍ଟ ସ୍ଥିର କରାଯାଇ ଏହାର ପରୀକ୍ଷଣ କରାଯାଇଥିଲା । ଏହା ୟୁଜର୍ସ ଟ୍ରାୟାଲ ଥିବାରୁ ନାଗ ସେନାରେ ସାମିଲ ହେବାର ପଥ ପରିଷ୍କାର ହୋଇଛି । ନାଗ ମିସାଇଲ ବିଶେଷତ୍ବ ହେଉଛି ଏହା ଅତି କମରେ ୫୦୦ ମିଟରରୁ ଆରମ୍ଭ କରି ୪ କିଲୋମିଟର ଦୂରରେ ଥିବା ଶତ୍ରୁପକ୍ଷର ଟ୍ୟାଙ୍କ୍କୁ ଧ୍ବଂସ କରିପାରିବ । ଏହା ଯେକୌଣସି ପାଣିପାଗରେ ଓ ରାତିରେ ମଧ୍ୟ ନିଜର ଟାର୍ଗେଟକୁ ଧ୍ବଂସ କରିପାରିବ ବୋଲି ଡିଆରଡିଓ କହିଛି ।

‘ଥାର୍ଡ ଜେନେରେସନ୍’ର ଫାୟାର୍-ଆଣ୍ଡ୍-ଫର୍ଗେଟ୍ ‘ଏଟିଜିଏମ୍’କୁ ବିକଶିତ କରିଛନ୍ତି ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆର୍ଡିଓ)। ଏହି ପରୀକ୍ଷା ସହ ତା’ର ବିକାଶମୂଳକ ପରୀକ୍ଷା ପୂର୍ଣ୍ଣ ହୋଇଛି। ଏବେ ଏହା ସେନାବାହିନୀରେ ସାମିଲ ହେବା ପାଇଁ ପ୍ରସ୍ତୁତ ହୋଇଯାଇଛି ବୋଲି ଜଣାପଡିଛି । ‘ମିସାଇଲ୍ ଆଣ୍ଡ୍ ଷ୍ଟ୍ରାଟେଜିକ୍ ସିଷ୍ଟମ୍ର’ ଡାଇରେକ୍ଟର ଜେନେରାଲ୍ ଡକ୍ଟର୍ ସତୀଶ ରେଡ୍ଡି କହିଛନ୍ତି ଯେ ବିଭିନ୍ନ ପରିସ୍ଥିତିରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା ସଫଳ ହୋଇଛି।

ମତାମତ ଦିଅନ୍ତୁ ।