ଭିଡିଓରେ ଦେଖନ୍ତୁ : ନର୍ସଙ୍କ ପରେ ଟିକଟକ୍’ରେ ପୋଲିସ ଦିଦି

ନୂଆଦିଲ୍ଲୀ : ଗତ କିଛି ଦିନ ତଳେ ଡାକ୍ତରଖାନାର ନର୍ସଙ୍କ ଟିକଟକ୍ ଭିଡିଓ କାହାଣୀ ମନରୁ ଲିଭି ନଥିବା ବେଳେ ପୁଣି ଏବେ ଟିକଟକ୍ ଆପ୍ଲିକେସନରେ ନୂଆ ଚେହେରା ଦେଖିବାକୁ ମିଳିଛି । ସେ ଭିଡିଓଟି ଆଉ କାହାର ନୁହଁ ବରଂ ଡ୍ୟୁଟିରେ ଥିବା ପୋଲିସ ଦିଦିଙ୍କର । ତାମିଲନାଡୁର ଦୁଇ ମହିଳା ପୋଲିସକର୍ମୀଙ୍କ ଭଟିକଟକ୍ ଭିଡିଓ ଖୁବ ଭାଇରାଲ ହେବାର ଲାଗିଛି । ଏହି ଦୁଇ ମହିଳା କନଷ୍ଟେବଳ ୟୁନିଫର୍ମ ପିନ୍ଧି ଟିକଟକ ଭିଡିଓ କରିଛନ୍ତି । ଭିଡିଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି ଯେ, ପୋଲିସ ପୋଷାକରେ ଥିବା ୨ ମହିଳାକର୍ମଚାରୀ ସମୁଦ୍ର କୂଳରେ ନାଚୁଥିବା ଅବସ୍ଥାରେ ଭିଡିଓ ତିଆରି କରିଛନ୍ତି।

ଏବେ ଏହାର ଭିଡିଓ ଭାଇରାଲ ହେବା ପରେ ପୋଲିସ ବିଭାଗ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛି । ତାମିଲନାଡୁର କଡଲୁର ରିଜର୍ଭ ପୋଲିସ ବାଟାଲିୟନର ଦୁଇ ମହିଳା କନଷ୍ଟେବଳର ସମୁଦ୍ର କୂଳରେ ତାମିଲ ଫିଲ୍ମର ଏକ ଗୀତରେ ତାଳେ ତାଳେ ନାଚ କରି ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଯୋରଦାର ଭାଇରାଲ ହେବାରେ ଲାଗିଛି।

ମତାମତ ଦିଅନ୍ତୁ ।