ଭୁଟାନର ପୂର୍ବ ସୀମାକୁ ନିଜର ବୋଲି ଦାବି କଲା ଚୀନ

ନୂଆଦିଲ୍ଲୀ: ଲଦାଖ ସୀମାକୁ ନେଇ ଭାରତ ସହିତ ଚୀନର ତିକ୍ତତା ଚାଲିଥିବା ବେଳେ ଭୁଟାନ ସହିତ ଦୀର୍ଘ ବର୍ଷ ଧରି ପୂର୍ବ, ମଧ୍ୟ ଏବଂ ପଶ୍ଚିମ ଅଞ୍ଚଳରେ ସୀମା ବିବାଦ ରହିଥିବା ଚୀନ କହିଛି। ୧୯୮୪ରୁ ୨୦୧୬ ମଧ୍ୟରେ ଭୁଟାନ ଏବଂ ଚୀନ ପରସ୍ପର ମଧ୍ୟରେ ୨୪ ଥର କଥାବାର୍ତ୍ତା କରିଛନ୍ତି। ଏହି ସମୟରେ କେବଳ ପଶ୍ଚିମ ଏବଂ ମଧ୍ୟବର୍ତ୍ତୀ ଅଞ୍ଚଳକୁ ନେଇ କେବଳ ଚର୍ଚ୍ଚା ହୋଇଛି।

ଚୀନ ଓ ଭୁଟାନ ମଧ୍ୟରେ ପୂର୍ବାଞ୍ଚଳରେ ଥିବା ସୀମା ବିବାଦକୁ ନେଇ କେବେ ଆଲୋଚନା ହୋଇନି। ଦୁଇ ଦେଶ ମଧ୍ୟ ଓ ପଶ୍ଚିମ ଅଞ୍ଚଳର ସୀମାକୁ ବିବାଦ ବୋଲି ବିଚାର କରୁଥିଲେ। ଯଦି ପୂର୍ବରେ ଥିବା ସୀମାକୁ ଚୀନ ନିଜର ବୋଲି ଦାବି କରୁଛି ତା’ହେଲେ ପୂର୍ବରୁ ସେ ଏହି ପ୍ରସଙ୍ଗ ଉଠାଇବାର ଥିଲା ବୋଲି ଭୁଟାନ ପକ୍ଷରୁ କୁହାଯାଇଛି। ଭୁଟାନର ପୂର୍ବାଞ୍ଚଳକୁ ଚୀନ ନିଜର ବୋଲି କହିବା ଏହା ନୂଆ ଚାଲ। ଦୁଇ ପକ୍ଷ ସୀମା ବିବାଦକୁ ନେଇ ଯେଉଁ ଚୁକ୍ତି ସ୍ୱାକ୍ଷର ହୋଇଛି ସେଥିରେ ପୂର୍ବ ସୀମା ନାହିଁ। ତେବେ ଚୀନର ଏହି ନୂଆ ଦାବିକୁ ନେଇ ଭାରତ କୌଣସି ପ୍ରତିକ୍ରିୟା ଦେଇନାହିଁ।

ମତାମତ ଦିଅନ୍ତୁ ।