ଭୁବନେଶ୍ଵରରୁ ୨୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାରୁ ଆଜି ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୨୪ ଜଣ। ୨୦ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୪ଜଣ ସ୍ଥାନୀୟ ଅଞ୍ଚଳର। ବିଏମ୍‌ସି ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ଥାନୀୟ ଅଞ୍ଚଳର ୪ ଜଣ ମହିଳାଙ୍କ ଭିତରୁ ତିନିଜଣ ଘରୋଇ ହସ୍ପିଟାଲର ଓ ଅନ୍ୟ ଜଣକ ଖଣ୍ଡଗିରି ଅଞ୍ଚଳର ଜଣେ ମହିଳା। ଅନ୍ୟମାନେ ଏୟାରପୋର୍ଟ କଲୋନୀ, କୋଳଥିଆ ପିପିଏଲ୍ କଲୋନୀ, ସାଲିଆ ସାହି, ଶୈଳଶ୍ରୀ ବିହାର, ମଞ୍ଚେଶ୍ୱର ଓ ନୂଆପଲ୍ଲୀ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।