ଭୁବନେଶ୍ୱରରୁ ଜଗଦଲପୁର ଓ ଜୁନାଗଡ଼କୁ ଚାଲିବ ୨ଟି ପୃଥକ୍ ଟ୍ରେନ

ଭୁବନେଶ୍ୱର : ଏଣିକି ଭୁବନେଶ୍ୱରରୁ ଜୁନାଗଡ଼ ଏବଂ ଭୁବନେଶ୍ୱରରୁ ଜଗଦଲପୁରକୁ ୨ଟି ପୃଥକ୍ ଟ୍ରେନ୍ ଚଳାଚଳ କରିବ। କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ ଏନେଇ ସୂଚନା ଦେଇଛନ୍ତି। ରେଳବାଇ ମନ୍ତ୍ରଣାଳୟର ନିଷ୍ପତ୍ତି ଅନୁସାରେ ୧୮୪୩୭ /୧୮୪୩୮ ଭୁବନେଶ୍ୱର-ଜୁନାଗଡ ରୋଡ୍ ଏକ୍ସପ୍ରେସ ଭୁବନେଶ୍ୱର ଓ ଜୁନାଗଡ଼ ମଧ୍ୟରେ ଏବଂ ୧୮୪୪୭/୧୮୪୪୮ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ଭୁବନେଶ୍ୱର-ଜଗଦଲପୁର ମଧ୍ୟରେ ପୃଥକ ଭାବେ ଚଳାଚଳ କରିବ।

ମତାମତ ଦିଅନ୍ତୁ ।