ଭୁବନେଶ୍ୱରରୁ ନୟାଗଡ଼ ଚାଲିଲା ସେବା ଏକ୍ସପ୍ରେସ

ଭୁବନେଶ୍ୱର : ଆଜି ଭୁବନେଶ୍ୱରରୁ ନୟାଗଡ଼କୁ ଚାଲିଲା ସେବା ଏକ୍ସପ୍ରେସ। ଦିଲ୍ଲୀରୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ମଙ୍ଗଳବାର ଏହାକୁ ଉଦ୍‌ଘାଟନ କରିଛନ୍ତି ରେଳମନ୍ତ୍ରୀ ପୀୟୁଷ ଗୋଏଲ। ଭୁବନେଶ୍ୱର ରେଳ ଷ୍ଟେଶନରେ ଏହାକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, କୃଷି ମନ୍ତ୍ରୀ ଅରୁଣ ସାହୁ, ଏମ୍‌ପି ପିନାକୀ ମିଶ୍ର, ଅପରାଜିତା ଷଡଙ୍ଗୀ ଓ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସେବା ଏକ୍ସପ୍ରେସ୍‌ ଭୁବନେଶ୍ୱରରୁ ପ୍ରତ୍ୟେହ ସନ୍ଧ୍ୟା ୬ଟା ୪୦ରୁ ବାହାରି ରାତି ୮ଟା ୪୫ରେ ନୟାଗଡ଼ରେ ପହଞ୍ଚିବ। ନୟାଗଡ଼ ଟାଉନରୁ ସକାଳ ୬ଟା ୩୦ମିନିଟରେ ବାହାରି ପୂର୍ବାହ୍ନ ୯ଟାରେ ଭୁବନେଶ୍ୱରରେ ପହଞ୍ଚିବ।

ମତାମତ ଦିଅନ୍ତୁ ।