ଭୁବନେଶ୍ୱରରୁ ୧୭କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଆଜି ୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ୧୦ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ବେଳେ ୨ଜଣ କରୋନା ଯୋଦ୍ଧା ରହିଛନ୍ତି। ଏହି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ।

ସୋମବାର ବିଏମସି ଦେଇଥିବା ତଥ୍ୟ ଅନୁଯାୟୀ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ୧୦ଜଣଙ୍କ ମଧ୍ୟରେ ଡୁମୁଡୁମାର ରଘୁନାଥ ନଗର ବସ୍ତିରୁ ୨ଜଣ, ଜଗନ୍ନାଥ ବିହାର ନିକଟସ୍ଥ ପଟିଆ ଭିଲେଜରୁ ଜଣେ ଓ ବିଜେବି ନଗରର ପାଣିଟାଙ୍କି ବସ୍ତିରୁ ଜଣେ ଚିହ୍ନଟ ହୋଇଛନ୍ତି। ସେହିପରି ଦାସପୁରର ଅନ୍ଧାରୁଆରୁ ଜଣେ, ଶତାବ୍ଦୀ ନଗରର ଲେନ-୧ରୁ ଜଣେ, ମଙ୍ଗଳା ମନ୍ଦିର ନିକଟସ୍ଥ ଚକେଇସିଆଣୀରୁ ଜଣେ ଓ କେନ୍ଦ୍ର ଦ୍ୱାରା ପରିଚାଳିତ ଡାକ୍ତରଖାନାରୁ ଜଣେ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲ୍ଲାରୁ ଆସି ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ କରୋନା ଆକ୍ରାନ୍ତ ହୋଇଛନ୍ତି।

ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ୫ଜଣଙ୍କ ମଧ୍ୟରେ ଜୟଦେବ ବିହାରର ଇଏସଆଇ ହସ୍ପିଟାଲ କଲୋନୀରୁ ଜଣେ, ପଟିଆ ବିଗ ବଜାର ନିକଟରୁ ୨ଜଣ, ଚନ୍ଦ୍ରଶେଖରପୁରର ପ୍ରଗତି ବିହାରରୁ ଜଣେ ଓ ୟୁନିଟ-୪ର ଏମଏଲଏ କଲୋନୀରୁ ଜଣେ ବ୍ୟକ୍ତି ରହିଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ୫ଜଣ କରୋନା ଆକ୍ରାନ୍ତ ପୂର୍ବ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଏହି ଭୂତାଣୁ ଦ୍ୱାରା କବଳିତ ହୋଇଥିବା ଜଣା ପଡିଛି। ଏଥିସହ କୋଭିଡ ହସ୍ପିଟାଲରୁ ୨ଜଣ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଛନ୍ତି |

  ଲୋକପ୍ରିୟତାରେ ନବୀନ ନମ୍ଵର ଓ୍ଵାନ

ସେହିପରି ୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨ଜଣ ଘରୋଇ ଡାକ୍ତରଖାନାର କର୍ମଚାରୀ ଥିବା ବେଳେ ଡୁମୁଡୁମା ଫେଜ-୧ରୁ ଜଣେ ଓ ରସୁଲଗଡରୁ ଜଣେ ସୁସ୍ଥ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା ୪୫୦ଥିବାବେଳେ ୨୭୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬୯ଟି ସକ୍ରିୟ ମାମଲା ରହିଛି।

ମତାମତ ଦିଅନ୍ତୁ ।