ଭୁବନେଶ୍ୱରରୁ ୪୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଆଜି ୪୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ରେ ପହଞ୍ଚିଛି। ଚିହ୍ନଟ ୪୫ଜଣଙ୍କ ମଧ୍ୟରୁ ୩୭ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ୮ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ଆଜି ସୁସ୍ଥ ହୋଇ ୩୧ଜଣ।

କ୍ୱାରେଣ୍ଟାଇନରୁ ଚିହ୍ନଟ ୩୭ଜଣଙ୍କ ମଧ୍ୟରେ ମଞ୍ଚେଶ୍ୱରରୁ ୯ଜଣ ପ୍ରତିଦିନ କାର୍ଯ୍ୟାଳୟ ନିକଟରୁ ଚିହ୍ନଟ ହୋଇଥିବା ବେଳେ ସାମନ୍ତରାପୁର ନୂଆଗାଁରୁ ୬ଜଣ, ଏକ ଘରୋଇ ଡାକ୍ତରଖାନାରୁ ୩ଜଣ, ଚନ୍ଦ୍ରଶେଖରପୁର ମୈତ୍ରୀ ବିହାରୁ ଜଣେ, ଆଇଗିଣିଆରୁ ଜଣେ, ସତ୍ୟନଗରରୁ ଜଣେ, ମଞ୍ଚେଶ୍ୱରର କଳିଙ୍ଗ ବେକରୀ ନିକଟରୁ ୩ଜଣ, ସହିଦ ନଗରର ୭-୧୧ରେସ୍ତୋରାଁ ନିକଟରୁ ଜଣେ, ଭରତପୁରରୁ ଜଣେ, ସିମ୍ଫୋନି ମଲ ନିକଟସ୍ଥ ହଂସପାଳରୁ ଜଣେ, ଚକେଇସିଆଣୀର ଭୁଟପଡାରୁ ଜଣେ, ଲକ୍ଷ୍ମୀସାଗରର ପୁରୁଣା ପୋଷ୍ଟ ଅଫିସ ଲେନରୁ ଜଣେ, ୟୁନିଟ-୪ ମାର୍କେଟ କମ୍ପ୍ଲେକ୍ସରୁ ଜଣେ, ଅଶୋକ ନଗରରୁ ଜଣେ, ବରମୁଣ୍ଡାର ଜଗନ୍ନାଥ ବିହାରରୁ ଜଣେ, ଭୀମଟାଙ୍ଗିରୁ ଜଣେ ଏବଂ କେନ୍ଦ୍ର ସରକାରଙ୍କ ପରିଚାଳିତ ସରକାରୀ ଡାକ୍ତରଖାନାରୁ ୪ଜଣ ଆକ୍ରାନ୍ତ ରହିଛନ୍ତି।

ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ୮ଜଣଙ୍କ ମଧ୍ୟରେ ବରମୁଣ୍ଡାର ଶକ୍ତି ଗେଷ୍ଟ ହାଉସ ନିକଟରୁ ଜଣେ, କେଦାରଗୌରୀ ନିକଟରୁ ଜଣେ, ସାଲିଆ ସାହିର ଶନି ମନ୍ଦିର ନିକଟରୁ ଜଣେ, ଖଣ୍ଡଗିରିରୁ ଜଣେ, ଡୁମୁଡୁମାର ସୁବାସ ନଗର ବସ୍ତିରୁ ଜଣେ, ଓଲଡ଼ ଟାଉନର ଜମ୍ବେଶ୍ୱର ପାଟଣାରୁ ଜଣେ, ୟୁନିଟ-୪ର ଏମଏଲଏ କଲୋନୀରୁ ଜଣେ ଓ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରୁ ଜଣେ ଆକ୍ରାନ୍ତ ରହିଛନ୍ତି।

  ଆଇସିଡିଏସ୍‌ ସଂଯୋଜକଙ୍କୁ ଏସ୍ଏ‌ଚ୍‌ଜି ମହିଳା ପିଟିଲେ

ମଞ୍ଚେଶ୍ୱର, ନୂଆଗାଁ, ଚନ୍ଦ୍ରଶେଖରପୁର, ଘରୋଇ ଡାକ୍ତରଖାନା, ଆଇଗିଣିଆ, ସତ୍ୟନଗର, ସହିଦ ନଗର, ଭରତପୁର, ହଂସପାଳ, ଅଶୋକ ନଗର, ବରମୁଣ୍ଡା ଏବଂ ଓଲଡ଼ ଟାଉନରୁ ଚିହ୍ନଟ କରୋନା ଆକ୍ରାନ୍ତ ପୂର୍ବ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣା ପଡିଛି। ଚକେଇସିଆଣୀରୁ ଚିହ୍ନଟ କରୋନା ଆକ୍ରାନ୍ତ ସାଉଦି ଆରବରୁ ଫେରିଥିବା ବେଳେ ଲକ୍ଷ୍ମୀସାଗରରୁ ଚିହ୍ନଟ କରୋନା ଆକ୍ରାନ୍ତ ବେଙ୍ଗାଲୁରୁ ଏବଂ ୟୁନିଟ-୪ ମାର୍କେଟ କମ୍ପ୍ଲେକ୍ସରୁ ଚିହ୍ନଟ କରୋନା ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଥିବା ଜଣା ପଡିଛି। ସେହିପରି ଭଳି ଆଜି ୩୧ଜଣ ସୁସ୍ଥ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ସୂଚନା ଦେଇଛି। ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ମଞ୍ଚେଶ୍ଵର ପ୍ରତିଦିନ ଅଫିସ ନିକଟରୁ ୧୬ଜଣ ଥିବାବେଳେ ଘରୋଇ ଡାକ୍ତରଖାନାରୁ ୭ଜଣ, ନୟାପଲ୍ଲୀରୁ ଜଣେ, ଅନ୍ୟ ଘରୋଇ ଡାକ୍ତରଖାନାରୁ ଜଣେ, ଜୟଦେବ ବିହାରରୁ ୫ଜଣ ଏବଂ ୟୁନିଟ-୮ର ଡେ଼ଲ୍ଟା କଲୋନୀରୁ ଜଣେ ବ୍ୟକ୍ତି ରହିଛନ୍ତି।

ମତାମତ ଦିଅନ୍ତୁ ।