ଭୁବନେଶ୍ୱରରୁ ୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଆଜି ୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ହୋମ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୫ଜନ ସ୍ଥାନୀୟ ଅଞ୍ଚଳର ବୋଲି ଭୁବନେଶ୍ୱର ମହାନଗର ନିଗମ ସୂଚନା ଦିଆଯାଇଛି। ହୋମ କ୍ୱାରେଣ୍ଟାଇନ୍‌ରେ ଥିବା ଆକ୍ରାନ୍ତ ଜଣକ ଜଣେ ୫୬ବର୍ଷୀୟ ରେଳ କର୍ମଚାରୀ। ସେ କିଛିଦିନ ତଳେ ଦିଲ୍ଲୀରୁ ଫେରିଥିଲେ।

ସେହିପରି ସ୍ଥାନୀୟ ୫ ଜଣଙ୍କ ମଧ୍ୟରୁ ଶିରିପୁର ଲକ୍ଷ୍ମୀବଜାର ବସ୍ତି ଅଞ୍ଚଳରୁ ଜଣେ ବାଳିକା, ଜଣେ ବୃଦ୍ଧା ଓ ଜଣେ ବାଳକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବମିଖାଲ କେନାଲ ରୋଡ ଅଞ୍ଚଳରୁ ଜଣେ ୧୩ବର୍ଷ ବୟସର ବାଳକ ଓ ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ଜଣେ ୩୨ବର୍ଷୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ କିଛିଦିନ ତଳେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜଧାନୀରେ ଆକ୍ରାନ୍ତ ସଂଖ୍ୟା ୩୨୦ରେ ପହଞ୍ଚିଥିବା ବେଳେ ୧୮୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମଙ୍ଗଳବାର ସୁସ୍ଥ ହୋଇଛନ୍ତି ୧୧ଜଣଙ୍କ ମଧ୍ୟରେ ମଞ୍ଚେଶ୍ୱରସ୍ଥିତ ପ୍ରତିଦିନ କାର୍ଯ୍ୟାଳୟ ଅଞ୍ଚଳରୁ ୭ଜଣ, ବାଣୀବିହାର ଅଞ୍ଚଳରୁ ଜଣେ ଓ ତିନିଜଣ ରେଳକର୍ମଚାରୀ ରହିଛନ୍ତି।

ମତାମତ ଦିଅନ୍ତୁ ।