ଭୁବନେଶ୍ୱର ଆରଟିଓ-୨ ବନ୍ଦ

ଭୁବନେଶ୍ୱର : ଭୁବନେଶ୍ଵର ମହା ନଗର ନିଗମ ଆଜି ଭୁବନେଶ୍ୱର ଆରଟିଓ-୨ କାର୍ଯ୍ୟାଳୟକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ବନ୍ଦ କରିଛି। ଆରଟିଓ-୧ର ଜଣେ କର୍ମଚାରୀଙ୍କ ସହଯୋଗୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ଦିଆଯାଇଛି। ଏହା ପୂର୍ବରୁ ୪ ପଜିଟିଭ ଚିହ୍ନଟ ହେବାରୁ ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ଆରଟିଓ-୧ର କାର୍ଯ୍ୟାଳୟକୁ ବନ୍ଦ କରିଛି ବିଏମ୍‌ସି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମତାମତ ଦିଅନ୍ତୁ ।