ଭୁବନେଶ୍ୱର: ବେଆଇନ ଡ୍ୟାନ୍ସ ବାର୍ ଉପରେ ପୋଲିସ ଚଢ଼ଉ

ଭୁବନେଶ୍ୱର: ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ବାର୍‌ ଗୁଡିକ ଉପରେ କମିସନରେଟ ପୋଲିସ ଗତକାଲି ରାତିରେ ଚଢ଼ଉ କରିଛି। ଏହି ଚଢ଼ଉ ବେଳେ ୯୬ରୁ ଅଧିକ ବାର୍ ଡ୍ୟାନ୍ସରଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶା ସମେତ, ପଶ୍ଚିମବଙ୍ଗ, ହିମାଚଳପ୍ରଦେଶ, ମୁମ୍ବାଇ, ପଞ୍ଜାବ ଓ ହରିଆଣା ଅଞ୍ଚଳର ଯୁବତୀ।

ଶୁକ୍ରବାର ଦିନ ବିଳମ୍ବିତ ରାତି ଯାଏ ବେଆଇନ୍‌ ଭାବେ ଅଧିକ ସାଉଣ୍ଡରେ ବାର୍ ଚାଲିଥିବାରୁ କମିଶନରେଟ୍ ପୋଲିସର ୪ରୁ ୫ଟି ଥାନାର ପକ୍ଷରୁ ମିଳିତ ଚଢ଼ଉ କରାଯାଇଥିଲା । ଚଢ଼ଉ ବେଳେ ଲକ୍ଷ୍ମୀସାଗର ଓ କଟକ ରୋଡ଼ ଅଞ୍ଚଳରେ ଥିବା ବାର୍ ଗୁଡ଼ିକ ବେଆଇନ୍‌ ଭାବେ ଚାଲୁଥିଲା ବୋଲି ଜଣାପଡ଼ିଛି। ଡ୍ୟାନ୍ସ ବାର୍ ଲାଇସେନ୍ସ ନଥାଇ ଏଗୁଡ଼ିକ ଦୀର୍ଘଦିନ ହେଲା ଚାଲି ଆସୁଥିଲା ବୋଲି କୁହାଯାଇଛି। ତେବେ ପୋଲିସ ଓ ପ୍ରଶାସନ ଏସବୁର ଖବର କିପରି ନଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ମତାମତ ଦିଅନ୍ତୁ ।