ଭୁବନେଶ୍ୱର ରେଳ ଷ୍ଟେସନରେ ନିର୍ମାଣ ହେବ ମଲଟି-ମୋଡାଲ ହବ୍‌

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନର ରୂପରେଖ ବଦଳିବ। ଏଠାରେ ନିର୍ମାଣ ହେବ ମଲଟି-ମୋଡାଲ ହବ। ଏଥିପାଇଁ ଓଡ଼ିଶା ସରକାର ଓ ପୂର୍ବତଟ ରେଳବାଇ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଭିଡିଓ ଲିଙ୍କ ମାଧ୍ୟମରେ ଯୋଗ ଦେଇଥିଲେ।


ଗୁରୁବାର ହୋଇଥିବା ବୁଝାମଣାପତ୍ର ଅନୁସାରେ ସ୍ମାର୍ଟ ସିଟି ପ୍ରକଳ୍ପର ଏକ ଅଂଶ ବିଶେଷ ସ୍ୱରୂପ ଭୁବନେଶ୍ୱର ରେଳ ଷ୍ଟେସନକୁ ମଲଟିମୋଡାଲ ହବ ( ଆରଏସଏମଏଚ) କରାଯିବ। ଓଡ଼ିଶା ସରକାର ବିଡିଏ ମାଧ୍ୟମରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବେ। ପ୍ରସ୍ତାବିତ ଏହି ହବ୍‌ ରେ ରେଳ ଷ୍ଟେସନ ପାଇଁ ଏକ ଟର୍ମିନାଲ ବିଲଡିଂ, ଏକ ସିଟି ବସ ଟର୍ମିନାଲ, କାର ପାର୍କିଂ ଓ ସର୍ବସାଧାରଣଙ୍କ ପାଇଁ ବିଭିନ୍ନ ସୁବିଧା ରହିବ। ରକଳ୍ପ ପାଇଁ ରେଳ ବିଭାଗ ପ୍ରାୟ ୭୦ କୋଟି ଟଙ୍କା ଓ ଓଡିଶା ସରକାର ୬୦ କୋଟି ଟଙ୍କା ପ୍ରଦାନ କରିବେ।

ମତାମତ ଦିଅନ୍ତୁ ।