ଭୋଟର ତାଲିକା ଯାଞ୍ଚ କାର୍ଯ୍ୟକ୍ରମ କାଲିଠାରୁ ଆରମ୍ଭ

ନୂଆଦିଲ୍ଲୀ : ସାରା ଦେଶରେ ଆସନ୍ତାକାଲିଠାରୁ ମେଗା ଭୋଟରତାଲିକା ଯାଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି କାମ କୌଣସି ସରକାରୀ କର୍ମଚାରୀ କରିବେନି। ଭୋଟରମାନେ ନିଜେ କରିବେ। ସେଥିପାଇଁ ପ୍ରତି ପରିବାରର ଜଣଙ୍କୁ ଏକ ଆଇଡି ଓ ପାସଓ୍ଵାର୍ଡ ଦିଆଯିବ। ସେ ନିଜର ଓ ନିଜ ପରିବାର ସଦସ୍ୟଙ୍କ ଭୋଟର ପଂଜୀକରଣ କିମ୍ବା ସଂଶୋଧନ ଲାଗି ଆବଶ୍ୟକ କାଗଜପତ୍ର ଅପଲୋଡ କରି କରିପାରିବେ। ଏସବୁ ତଥ୍ୟକୁ ବ୍ଲକ ସ୍ତରର ଜଣେ ଅଧିକାରୀ ଯାଞ୍ଚ କରି ମଂଜୁର କରିବାପରେ ତାହା ଭୋଟର ତାଲିକାରେ ସ୍ଥାନ ପାଇବ।

ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରାଜ୍ୟ ସ୍ତରରେ ମୋଟ ୩୬ ଜଣ ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲାସ୍ତରରେ ୭୪୦ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ବ୍ଲକସ୍ତରରେ ବ୍ଲକସ୍ତରୀୟ ଅଧିକାରୀ ଏହି କାର୍ଯ୍ୟକ୍ରମର ତଦାରଖ କରିବେ। ଆସନ୍ତା କାଲିଠାରୁ ଆରମ୍ଭ ହେଉଥିବା ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଚାଲିବ।

ମତାମତ ଦିଅନ୍ତୁ ।