ଭୋପାଳରେ ଡଙ୍ଗା ବୁଡ଼ି ୧୧ ମୃତ, ୪ ନିଖୋଜ

ନୂଆଦିଲ୍ଲୀ : ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଭୋପାଳରେ ଆଜି ଭୋର ପ୍ରାୟ ସାଢ଼େ ଚାରିଟା ସମୟରେ ଘଟିଛି ଦୁର୍ଘଟଣା। ଭରା ନଈରେ ଭାରସାମ୍ୟ ହରାଇ ଡାଙ୍ଗଟି ଓଲଟି ପଡିବାରୁ ୧୧ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଭୋପାଳର ଖଟଲାପୁରା ମନ୍ଦିର ଘାଟରେ ମୂର୍ତ୍ତି ବିସର୍ଜନ ପାଇଁ ଡଙ୍ଗାରେ ବହୁ ଶ୍ରଦ୍ଧାଳୁ ଯାଇଥିଲେ। ଡଙ୍ଗାଟି ଛୋଟ ଥିବା ବେଳେ ଗଣେଶ ମୂର୍ତ୍ତି ବଡ଼ ଥିଲା। ଶ୍ରଦ୍ଧାଳୁମାନେ ମୂର୍ତ୍ତିଟିକୁ ବିସର୍ଜନ କରିବ ବେଳେ ଡଙ୍ଗାଟି ଓଲଟି ପଡ଼ିଥିଲା। ମଝି ନଈରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମୂର୍ତ୍ତି ତଳେ ଚାପି ହୋଇଯାଇଥିଲେ। ଖବର ପାଇ  ପୋଲିସ ଓ ପ୍ରଶାସନ ଅଧିକାରୀ, ଏନଡିଆରଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ମତାମତ ଦିଅନ୍ତୁ ।