ଭୋର୍‌ ୫ଟାରେ କଟକ ବଡ଼ ଡାକ୍ତରଖାନାର ସ୍ୱାସ୍ଥ୍ୟସେବା ତଦାରଖ କଲେ ୫-ଟି ସଚିବ

ଭୁବନେଶ୍ଵର : କଟକ ବଡ ଡାକ୍ତରଖାନାରେ କେମିତି ଚାଲିଛି ସ୍ୱାସ୍ଥ୍ୟସେବା। ଆଜି ଭୋର୍‌ ପାଞ୍ଚଟାରେ ୫ଟି ସଚିବ ଭି. କେ. ପାଣ୍ଡିଆନ୍‌, ସ୍ୱାସ୍ଥ୍ୟ ସଚିବ ପ୍ରମୋଦ କୁମାର ମିହିର୍ଦା, ଏନ୍‌ଆର୍‌ଏଚ୍‌ର ନିର୍ଦେଶିକା ଶାଳିନୀ ପଣ୍ଡିତ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ପହଞ୍ଚି ତଦାରଖ କରିଛନ୍ତି।

ଏହି ଟିମ୍‌ ବଡ଼ ଡାକ୍ତରଖାନାରେ ପ୍ରାୟ ଦେଢ଼ ଘଣ୍ଟା ରହି ଆଶୁ ଚିକିତ୍ସା ବିଭାଗରେ ୱାସ୍ଥ୍ୟସେବା କେମିତି ମିଳୁଛି ରୋଗୀମାନଙ୍କୁ ପଚାରି ବୁଝିଥିଲେ। ଏଥିସହ ଏସ୍‌ସିବିର ଡିନ୍‌ ଡାକ୍ତର ଜୟଶ୍ରୀ ମହାନ୍ତି, ସୁପରିଣ୍ଟେଣ୍ଡେଣ୍ଟ୍‌ ପ୍ରଫେସର୍‌ ସରୋଜକାନ୍ତ ସାହୁ, ପୂର୍ବତନ ସୁପରିଣ୍ଟେଣ୍ଡେଣ୍ଟ୍‌ ପ୍ରଫେସର ସିବିକେ ମହାନ୍ତି ଓ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟମାନଙ୍କ ସହ ବଡ଼ ଡାକ୍ତରଖାନାର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ।

ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରରେ ଏକ ବୈଠକରେ ବସିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ବଡ଼ ଡାକ୍ତରଖାନାର ଭିତ୍ତିଭୂମି ବିକାଶ ନିମନ୍ତେ ପ୍ରସ୍ତୁତ ଏକ ନକ୍ସାକୁ ମଧ୍ୟ ୫ଟି ସଚିବ ଅନୁଧ୍ୟାନ କରିଛନ୍ତି। ବୈଠକରେ ଏନେଇ ବିସ୍ତୁତ ଆଲୋଚନା କରାଯିବ ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।