ଭୟଙ୍କର ସାମୁଦ୍ରିକ ବାତ୍ୟା ଓ ଭୂମିକମ୍ପର ସମ୍ମୁଖୀନ ହେଲା ଜାପାନ

ନୂଆଦିଲ୍ଲୀ : ଜାପାନ ଆଜି ଭୟଙ୍କର ସାମୁଦ୍ରିକ ବାତ୍ୟା ଓ ଭୂମିକମ୍ପର ସମ୍ମୁଖୀନ ହୋଇଛି। ଏହି ସୁପର ଟାଇଫୁନର ନାଁ ରଖାଯାଇଛି ହଗିବିସ୍‌। ଶନିବାରଦିନ ଜାପାନର ପୂର୍ବରେ ଥିବା ଇଜୁ ଉପଦ୍ୱୀପଠାରେ ସ୍ଥଳଭାଗ ଛୁଇଁବା ପରେ ସମୁଦ୍ରରେ ଆସିଛି ଉଚ୍ଚ ଜୁଆର। ପବନର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟରକୁ ଟପିଯାଇଛି। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୦ରୁ ଅଧିକ ଆହତ ହୋଇଛନ୍ତି। କେତେକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି। ଟାଇଫୁନକୁ ଦୃଷ୍ଟିରେ ରାଖି ଜାପାନ ସରକାର ଉପକୂଳ ଅଂଚଳରୁ ହଜାର ହଜାର ବ୍ୟକ୍ତିଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଛନ୍ତି। ବାତ୍ୟା ପ୍ରଭାବରେ ଜାପାନର ଟୋକିଓ, କାନାଗାଓ୍ଵା, ସାଇଟାମା ଓ ସିବା ଅଂଚଳରେ ଥିବା ନଦୀଗୁଡ଼ିକରେ ବନ୍ୟା ଆସିଛି।

କେବଳ ସେତିକି ନୁହେଁ ଜାପାନରେ ଆଜି ୫.୭ ତୀବ୍ରତାର ଏକ ଭୂମିକମ୍ପ ହୋଇଛି। ଜାପାନର ରାଜଧାନୀ ଟୋକିଓର ପୂର୍ବରେ ଥିବା ସିବା ରାଜ୍ୟରେ ସ୍ଥାନୀୟ ସମୟ ସାଢେ ୬ଟା ବେଳେ ଭୂମିକମ୍ପ ହୋଇଥିଲେ ହେଁ କୌଣସି ବ୍ୟକ୍ତି ମୃତାହତ ହୋଇନଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।