ମଙ୍ଗଳବାରରୁ କାଉଣ୍ଟରରେ ମିଳିବ ଦେଶୀ ମଦ

ଭୁବନେଶ୍ୱର : ବିଦେଶୀ ମଦପରେ ଆସନ୍ତାକାଲିଠାରୁ କାଉଣ୍ଟରରେ ଦେଶୀ ମଦ ମିଳିବ। ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କାଉଣ୍ଟରରେ ଏହି ସୁବିଧା ଉପଲବଧ ହେବ। କିନ୍ତୁ କଣ୍ଟେନମେଣ୍ଟ ଜୋନରେ ଥିବା ମଦ ଦୋକାନ ଖୋଲିବନି। ଅବକାରୀ ବିଭାଗ ସୂତ୍ରରୁ ଏହା ଜଣାପଡିଛି। ପୂର୍ବରୁ ବିଦେଶୀ ମଦ ହୋମ୍ ଡେଲିଭରି ପାଇଁ ଓଡ଼ିଶା ରାଜ୍ୟ ପାନୀୟ ନିଗମ ପକ୍ଷରୁ ପୋର୍ଟାଲ୍ ଲଞ୍ଚ୍ କରାଯାଇଛି। ଏହି ପୋର୍ଟାଲରେ ସମସ୍ତ ଜିଲ୍ଲାଗୁଡ଼ିକର ମଦ ବିକ୍ରେତାଙ୍କ ନାମ ଓ ଠିକଣା ରହିଛି।

ମତାମତ ଦିଅନ୍ତୁ ।