ମଙ୍ଗଳବାରରୁ ଛତ୍ରପୁର ଏନ୍‌ଏସି ୭ଦିନ ସଟ୍‌ଡାଉନ୍‌

ଗଞ୍ଜାମ : କରୋନା ମୁକାବିଲା ପାଇଁ ଆସନ୍ତାକାଲି ଠାରୁ ଛତ୍ରପୁର ଏନ୍‌ଏସିକୁ ୭ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ ସେବା ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବ୍ରହ୍ମପୁର ସହରରେ ଲାଗୁ ହୋଇଥିବା ସଟଡାଉନର ଆଜି ତୃତୀୟ ଦିନ। ଦୋକାନ ବଜାର ବନ୍ଦ ରହିଛି। ଘରଠାରୁ ଗୋଟିଏ କିଲୋମିଟରରୁ ଅଧିକ ନଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜ୍ୱର, କଫ ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭଳି ଲକ୍ଷଣ ଦେଖା ଦେଉଥିଲେ ଏହାକୁ ନଲୁଚାଇବାକୁ ଗଞ୍ଜାମ ଜିଲ୍ଲାପାଳ ଅନୁରୋଧ କରି କହିଛନ୍ତି।

ମତାମତ ଦିଅନ୍ତୁ ।