ମଧୁବାବୁ ପେନସନ ଯୋଜନାରେ ଭତ୍ତା ପାଇବେ କିନ୍ନର

ଭୁବନେଶ୍ଵର : ରାଜ୍ୟ ସରକାର କିନ୍ନରଙମାନଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେମାନେ ମଧୁବାବୁ ପେନସନ ଯୋଜନାରେ ସାମିଲ ହେବାପାଇଁ ୱେବସାଇଟରେ ଆବେଦନ କରିପାରିବେ। ସେହିପରି ମଧୁବାବୁ ପେନସନ ଯୋଜନାରେ ସହାୟତା ପାଉଥିବା ହିତାଧିକାରୀଙ୍କୁ ମିଳିବ ଆଉ ହଜାରେ ଟଙ୍କା। ଏହି ଟଙ୍କା ଆସନ୍ତା ୪ ମାସ ପାଇଁ ସହାୟତା ଭାବେ ଦିଆଯିବ। ଫଳରେ ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ। ସୂଚନାଯୋଗ୍ୟ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବରୁ ହିତାଧିକାରୀମାନଙ୍କୁ ୪ ମାସ ପାଇଁ ହଜାରେ ଟଙ୍କା ଲେଖାଏଁ ମିଳିଥିଲା। ମୁଖ୍ୟମନ୍ତ୍ରୀ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ରଖିହିବା ବେଳେ କିନ୍ନରଙ୍କୁ ମଧୁବାବୁ ପେନସନ୍ ଦେବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ମତାମତ ଦିଅନ୍ତୁ ।