ମଧ୍ୟପ୍ରଦେଶ ଉପ-ନିର୍ବାଚନ : ବିଜେପି ୯ଟିରେ ବିଜୟୀ, ୧୦ଟି ଆସନରେ ଆଗୁଆ

ଭୋପାଳ : ମଧ୍ୟପ୍ରଦେଶରେ ୨୮ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପି ସଫଳତା ମିଳିଛି। ଏହି ଦଳର ପ୍ରାର୍ଥୀ ୯ଟି ଆସନରେ ଜିତିଥିବା ବେଳେ ୧୦ଟି ଆସନରେ ଆଗୁଆ ରହିଛନ୍ତି। କଂଗ୍ରେସ ଗୋଟିଏ ଆସନରେ ଜିତିଛି ଓ ୮ଟି ଆସନରେ ଆଗୁଆ ରହିଛି।

୨୩୦ ସଦସ୍ୟ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ବିଜେପିର ଏବେ ୧୦୭ ଜଣ ବିଧାୟକ ଅଛନ୍ତି। ଉପ-ନିର୍ବାଚନ ପରେ ସରକାର ବଞ୍ଚାଇବାକୁ ବିଜେପିକୁ ଆଉ ୯ ଜଣ ବିଧାୟକଙ୍କ ସମର୍ଥନ ଦରକାର। କଂଗ୍ରେସର ଏବେ ୮୮ ଜଣ ବିଧାୟକ ଥିବାବେଳେ ସରକାର ଗଢିବାକୁ ସମସ୍ତ ୨୮ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ।

ମତାମତ ଦିଅନ୍ତୁ ।