ମଧ୍ୟପ୍ରଦେଶ : ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ସେକ୍ସ ସ୍କାଣ୍ଡାଲରେ ଅନେକ ନେତା ଓ ଅଫିସରଙ୍କ ସମ୍ପୃକ୍ତି ରହିଛି। ଏସଆଇଟି କରୁଛି ଏହାର ତଦନ୍ତ। ଏବେ ମଧ୍ୟପ୍ରଦେଶର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଦକ୍ଷିଣପନ୍ଥୀ ନେତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ହୋଇଛି। ହେଲେ ଭାଇରାଲ ଭିଡିଓର ସତ୍ୟତା ବାବଦରେ କୌଣସି ସୂଚନା ମିଳିନାହିଁ। ଗୋଟିଏ ଭିଡିଓରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଣେ ଯୁବତୀଙ୍କ ସହ ହୋଟେଲ୍ ରୁମରେ ଥିବା ଜଣାପଡ଼ିଥିବା ବେଳେ ଅନ୍ୟ ଭିଡିଓଟିରେ ଜଣେ ଦକ୍ଷିଣପନ୍ଥୀ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତରେ ଥିବା ଦେଖିବାକୁ ମିଳିଛି। ଯାହାକି ପୂର୍ବ ଯୋଜନା ମୁତାବକ ବୋଲି ଜଣାପଡ଼ିଛି। ଏସଆଇଟି ଟିମ୍ ଏହି ମାମଲାରେ ଏବେସୁଦ୍ଧା ୧୦୦୦ରୁ ଅଧିକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଜବତ କରି ସାରିଛି। ମଧ୍ୟପ୍ରଦେଶର ଅନେକ ଆଇଏଏସ, ଆଇପିଏସ, ମନ୍ତ୍ରୀ, ନେତା ଓ ବ୍ୟବସାୟୀ ଏଥିରେ ସାମିଲ୍ ଥିବା ଜଣାପଡ଼ିଛି।

ମତାମତ ଦିଅନ୍ତୁ ।