ମଧ୍ୟପ୍ରଦେଶ : ସିନ୍ଧିଆଙ୍କ ୧୨ ସମର୍ଥକଙ୍କୁ ମିଳିଲା ମନ୍ତ୍ରୀପଦ

ଭୋପାଳ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ୍ ଆଜି ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ରାଜ୍ୟପାଳ ଆନନ୍ଦିବେନ ପଟେଲ ୨୮ଜଣ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନୂଆ ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି ୨୦ ଜଣ କ୍ୟାବିନେଟ ଓ ୮ ଜଣ ରାଜ୍ୟ ମନ୍ତ୍ରୀ। ଏଥିରେ ସାମିଲ ହୋଇଛନ୍ତି ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କ ୧୨ଜଣ ସମର୍ଥକ। ଜଣଙ୍କୁ କ୍ୟାବିନେଟ ଓ ୫ ଜଣଙ୍କୁ ରାଜ୍ୟ ପାହ୍ୟା ମିଳିଛି।

୨୦୧୮ ବିଧାନସଭା ନିର୍ବାଚନରେ ​​ମଧ୍ୟପ୍ରଦେଶରେ କଂଗ୍ରେସକୁ ମିଳିଥିଲା ସଫଳତା। ଦୀର୍ଘ ୧୫ ବର୍ଷ ପରେ ଶାସନ କ୍ଷମତାକୁ ଫେରିଥିଲା ଏହି ଦଳ। ମୁଖ୍ୟମନ୍ତ୍ରୀ ହୋଇଥିଲେ ବରିଷ୍ଠ ନେତା କମଲନାଥ। ତାଙ୍କ ମନ୍ତ୍ରିମଣ୍ଡଳରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ୬ଜଣ ସମର୍ଥକ ଇମର୍ତି ଦେବୀ, ତୁଲସିରାମ ସିଲାବଟ, ଗୋବିନ୍ଦ ସିଂ ରାଜପୁତ, ମହେନ୍ଦ୍ର ସିଂ ସିସୋଦିଆ, ପ୍ରଦ୍ୟୁମ୍ନ ସିଂ ତୋମାର ଓ ଡକ୍ଟର ପ୍ରଭୁରାମ ଚୌଧୁରୀଙ୍କୁ ସ୍ଥାନ ମିଳିଥିଲା। ଦେଇଥିଲେ। ତେବେ ଚଳିତ ବର୍ଷ ମାର୍ଚ୍ଚରେ ୬ଜଣ ମନ୍ତ୍ରୀଙ୍କ ସମେତ ୨୨ଜଣ କଂଗ୍ରେସ ବିଧାୟକ ସିନ୍ଧିଆଙ୍କ ସହ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। କ୍ଷମତାରୁ ହଟିଥିଲେ କମଲନାଥ। ଏହା ପରେ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶରେ ଗଠନ ହୋଇଥିଲା ବିଜେପି ସରକାର। ଏପ୍ରିଲରେ ଶିବରାଜ କ୍ୟାବିନେଟର ୬ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ।

ମତାମତ ଦିଅନ୍ତୁ ।