ମନ୍ତ୍ରୀ-ସଚିବଙ୍କ ପରେ ସାଂସଦଙ୍କ ପାଳି ପଡିଲା, ନବୀନଙ୍କୁ ଦେବେ ମସିକିଆ ରିପୋର୍ଟ

ଭୁବନେଶ୍ଵର : ଏଣିକି ମନ୍ତ୍ରୀଙ୍କ ପରି ସାଂସଦ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମସିକିଆ ରିପୋର୍ଟ । ନିଜ ସଂସଦୀୟ କ୍ଷେତ୍ରରେ କଣ କାମ କରିଛନ୍ତି ତାହାର ବିସ୍ତ୍ରୁତ ରିପୋର୍ଟ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାନୁସାରେ, ଲଗାତାର ପଂଚମ ଥର ପାଇଁ ଓଡ଼ିଶାରେ ବିଜେଡ଼ି ସରକାର ଗଠନ କରିବା ପରେ ପ୍ରଥମ ଥର ନବନିର୍ବାଚତ ବିଜେଡ଼ି ସାଂସଦଙ୍କ ପାଇଁ ଆଜି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ କିଛି ଗାଇଡ଼ଲାଇନ ଜାରି କରିଛନ୍ତି । ଏଯାବତ ନିଜ ଅଂଚଳରେ କେଉଁ ସାଂସଦ କେତେ କାମ କରିଛନ୍ତି ତାର ହିସାବ ଦେବେ ସାଂସଦ । ଅଗଷ୍ଟ ମାସରୁ ପ୍ରତି ଦୁଇମାସରେ ଥରେ କାମର ହିସାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମାସର ୧୦ତାରିଖ ସୁଦ୍ଧା ଲିଖିତ ଭାବେ ନିଜ କାର୍ଯ୍ୟ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସାଂସଦ ନିଜ ଅଂଚଳ ଗସ୍ତ କରି ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ । ଏହା ପରେ ସାଂସଦଙ୍କ ଲିଖିତ ରିପୋର୍ଟ ଉପରେ ସମୀକ୍ଷା କରାଯିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି । 

ମତାମତ ଦିଅନ୍ତୁ ।