ମହାରାଷ୍ଟ୍ରରେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନ

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସଂକ୍ରମିତ ସଂଖ୍ୟା ଦ୍ରୁତ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରୁ ରାଜ୍ୟ ସରକାର ସରକାର ଲକଡାଉନ ଅବଧିକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବଢାଇଦେଇଛନ୍ତି। ଏହି ସମୟରେ ଅଣ-ଅତ୍ୟାବଶ୍ୟକ କାର୍ଯ୍ୟକଳାପ ଉପରେ ନିଷେଧାଜ୍ଞା ଲଗାଇବାକୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ତେବେ ଜରୁରୀ ସେବା ଯୋଗାଉଥିବା ସରକାରୀ ବିଭାଗ ଯଥା ସ୍ୱାସ୍ଥ୍ୟ ବିଭାଗ, ପୁଲିସ, ବିପର୍ଯ୍ୟୟ ପରିଚାଳନା ବିଭାଗ, ବ୍ୟାଙ୍କ, ପୌରସଂସ୍ଥା ଓ ପ୍ରଶାସନିକ ଅଫିସ ଆଦି ଖୋଲା ରହିବ। ଅନ୍ୟ ସରକାରୀ ଅଫିସଗୁଡ଼ିକ ୧୫ ପ୍ରତିଶତ କର୍ମଚାରୀ ବା ୧୫ ଜଣଙ୍କୁ ନେଇ ଚାଲିପାରିବ। ଘରୋଇ କମ୍ପାନିର ଅଫିସ ଗୁଡ଼ିକ ୧୦ ପ୍ରତିଶତ କର୍ମଚାରୀ ବା ୧୦ ଜଣଙ୍କୁ ନେଇ ଚାଲିପାରିବ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।