ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟକୁ ବହୁମତ, ହରିୟାଣାରେ ଟକ୍କର

ନୂଆଦିଲ୍ଲୀ : ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି। ସୂଚନା ଅନୁଯାୟୀ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ୧୭୯ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ଏହାର ସହଯୋଗୀଦଳ ୯୧ଟି ବିଧାନସଭା ଆସନରେ ଆଗୁଆ ଅଛନ୍ତି। ସେହିପରି ହରିୟାଣାରେ ବିଜେପି ୩୫ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୩୧ଟି ବିଧାନସଭା ଆସନରେ ଆଗୁଆ ରହିଛି। ଉଭୟ ରାଜ୍ୟରେ ମତଗଣନା ସ୍ଥଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୁତୟନ ହୋଇଛନ୍ତି ପୋଲିସ ଫୋର୍ସ।

ମହାରାଷ୍ଟ୍ରରେ ମୋଟ ୨୮୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯାଇଛି। ସରକାର ଗଢ଼ିବା ପାଇଁ ୧୪୫ଟି ଆସନ ଦରକାର। ସେହିପଋ ୯୦ ବିଧାନସଭା ଆସନ ବିଶିଷ୍ଟ ହରିୟାଣାରେ ସରକାର ଗଢ଼ିବା ପାଇଁ ୪୬ଟି ଆସନ ଆବଶ୍ୟକ।

ମତାମତ ଦିଅନ୍ତୁ ।