ମହିଳାଙ୍କୁ ମିଳିବ ସ୍ମାର୍ଟଫୋନ ସହ ୩ ବର୍ଷର ଡାଟା
![ମହିଳାଙ୍କୁ ମିଳିବ ସ୍ମାର୍ଟଫୋନ ସହ ୩ ବର୍ଷର ଡାଟା 1 janatakhabar.in](https://janatakhabar.in/wp-content/uploads/2023/04/mobale-776.jpg)
ଜୟପୁର : ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ସମ୍ଭବତଃ ଏବର୍ଷ ଶେଷ ଆଡକୁ ରାଜସ୍ଥାନରେ ଭୋଟ ହେବ। ହେଲେ ଏବେଠାରୁ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଦିଆଗଲାଣି ଲୋଭନୀୟ ପ୍ରତିଶୃତି। ରକ୍ଷାବନ୍ଧନରେ ୪୦ ଲକ୍ଷ ମହିଳାଙ୍କୁ ମିଳିବ ମାଗଣା ସ୍ମାର୍ଟଫୋନ୍। ଏଥିରେ ରହିବ ତିନିବର୍ଷର ଇଣ୍ଟରନେଟ୍ ପ୍ୟାକ୍। ଏହି ଘୋଷଣା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍।
ଶୁକ୍ରବାର ମୁଖ୍ୟମନ୍ତ୍ରୀ ଶ୍ରୀ ଗେହଲୋଟ୍ କହିଛନ୍ତି ଆମେ ‘ଚିରଞ୍ଜୀବୀ’ ଯୋଜନାରେ ୧.୩୫ କୋଟି ମହିଳାଙ୍କୁ ପରିବାରର ମୁଖ୍ୟ କରିଛୁ। ଏହି ମହିଳାମାନେ ତିନିବର୍ଷର ମାଗଣା ଇଣ୍ଟରନେଟ୍ ସହିତ ସ୍ମାର୍ଟଫୋନ୍ ପାଇବେ। ଆମେ ସ୍ଥିର କରିଛୁ ପ୍ରଥମ ପର୍ଯ୍ୟାୟ ଅର୍ଥାତ ରକ୍ଷାବନ୍ଧନ ଦିନ ଏକକାଳୀନ ରାଜସ୍ଥାନର ୪୦ ଲକ୍ଷ ମହିଳାମାନଙ୍କୁ ସ୍ମାର୍ଟଫୋନ୍ ଦିଆଯିବ। ୨୦୨୨ ବଜେଟରେ ଏହି ଯୋଜନା ସମ୍ପର୍କରେ ଘୋଷଣା କରାଯାଇଥିଲା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଏହି ଯୋଜନା ପାଇଁ ରାଜସ୍ଥାନ ସରକାର ୧୨୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। କିନ୍ତୁ ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟରେ ୨୦୨୩ ଜାନୁୟାରୀ ୩୦ ସୁଦ୍ଧା ଏକ କୋଟି ୩୭ ଲକ୍ଷ ୮୨ ହଜାର ୯୫୧ ପରିବାର ପଞ୍ଜୀକୃତ ହୋଇଛନ୍ତି।