ମହିଳାଙ୍କ ଅନ୍ତବସ୍ତ୍ରରେ ଚାଲାଣ ହେଉଥିଲା ୩୦ ଲକ୍ଷର ସୁନା

ନୂଆଦିଲ୍ଲୀ: ମହିଳାଙ୍କ ଅନ୍ତବସ୍ତ୍ରରେ ପାଖାପାଖି ୩୦ ଲକ୍ଷ ଟଙ୍କାର ସୁନା ଲୁଚାଇ ନେଉଥିବା ଯୁବକ ଧରାପଡିଛନ୍ତି। ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆୟକର ବିଭାଗର ଯାଞ୍ଚ ବେଳେ ଋଷିଆର ମସ୍କୋରୁ ଦିଲ୍ଲୀ ଆସିଥିବା ଏଇ ଯୁବକଙ୍କ ଠାରୁ ଚାରିଟି ସୁନା ତାର ଓ ୬ଟି ସୁନା ବିସ୍କୁଟଜବତ କରାଯାଇଛି।

ଆଶ୍ଚର୍ଯ୍ୟର କଥା ହେଲା ଆୟକର ବିଭାଗର ଅଧିକାରୀଙ୍କୁ ଚକମା ଦେବା ପାଇଁ ଯୁବକ ଜଣକ ମହିଳାଙ୍କ ଅନ୍ତବସ୍ତ୍ର ଓ ଭ୍ୟାନିଟି ବ୍ୟାଗରେ ସୁନା ଲୁଚାଇ ଆଣୁଥିଲେ। କିନ୍ତୁ ଖସିଯାଇ ପରିଲେନି। ଯାଞ୍ଚ ଅଧିକାରୀମାନେ ଅନ୍ତବସ୍ତ୍ର ଓ ଭ୍ୟାନିଟିରୁ ୭୯୪ ଗ୍ରାମ ସୁନା ଜବତ କକରିବା ସହିତ ସମ୍ପୃକ୍ତ ଯୁବକଙ୍କୁ ହେପାଜତକୁ ନେଇଛନ୍ତି।

ମତାମତ ଦିଅନ୍ତୁ ।