ମହିଳା କମିଶନ ଅଧ୍ୟକ୍ଷାଙ୍କ ଅଫିସ ଘେରାଉ କରିବ ବିଜେପି

ଭୁବନେଶ୍ୱର : ଯାଜପୁର ଜିଲ୍ଲା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାର ତଦନ୍ତକୁ ନେଇ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିଛ କହିଛନ୍ତି। ତେଣୁ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ। ନଚେତ୍ ଆସନ୍ତା ୨୮ତାରିଖରେ ମହିଳା କମିଶନ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ। ବିଜେପି ପକ୍ଷରୁ ଏହି ଚେତାବନୀ ଦିଆଯାଇଛି।

ଶନିବାର ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଲେ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମହିଳା କମିଶନ ଅଧ୍ୟକ୍ଷା ଗତ ୧୯ତାରିଖରେ ଯାଜପୁର ଯାଇଥିଲେ ବୋଲି କହିଛନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ। ସ୍ମିତାରାଣୀଙ୍କ ସ୍ୱାମୀଙ୍କୁ ମହିଳା କମିଶନ ଅଧ୍ୟକ୍ଷା ଚିହ୍ନିନାହାନ୍ତି। ସହଯୋଗୀ କର୍ମଚାରୀମାନଙ୍କ ସହ କଥା ହୋଇନାହାନ୍ତି। ସ୍ମିତାରାଣୀଙ୍କ ଗାଁ କିମ୍ବା ଘରକୁ ଯାଇନାହାନ୍ତି। ତେଣୁ ତଦନ୍ତ କିପରି କଲେ ବୋଲି ପ୍ରଭାତୀ ପ୍ରଶ୍ନ କରିଛନ୍ତି।

ମତାମତ ଦିଅନ୍ତୁ ।