ମାଓବାଦୀ ଶିବିରରୁ ବିପୁଳ ପରିମାଣର ବିସ୍ଫୋରକ ଜବତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ସମରବନ୍ଧା ଜଙ୍ଗଲରେ ମାଓବାଦୀ ଶିବିରରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।

ଖବର ଅନୁଯାୟୀ ଲଦାପଦର ରିଜର୍ଭ ଜଙ୍ଗଲରେ ଏକ ମାଓବାଦୀ ଶିବିର ସମ୍ପର୍କରେ ସୂଚନା ମିଳିଥିଲା। ଏଥିରେ ୫ଜଣ ମହିଳାଙ୍କ ସମେତ ପ୍ରାୟ ୧୫-୨୯ ଜଣ ମାଓବାଦୀ ରହୁଥିଲେ। ଏସଓଜି ଟିମ୍ ସେମାନଙ୍କୁ ଧରିବା ପାଇଁ ଜୁନ୍ ୨୯ ତାରିଖରୁ ଅପରେସନ୍ ଆରମ୍ଭ କରିଥିଲେ। ତେବେ ମାଓବାଦୀମାନେ ଖସିଯିବାରେ ସଫଳ ହୋଇଥିବା ବେଳେ ଘଟଣାସ୍ଥଳରୁ ୟୁରିଆ, ବନ୍ଧୁକ ଓ ୧୫ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସର୍ଚ୍ଚ ଅପରେସନକୁ ଜୋରଦାର କରି ଏସଓଜି ଟିମ୍ ୨୮ଟି ଡିଟୋନେଟର, ମଲ୍ଟିମିଟର, ବ୍ୟାଗ, ବ୍ଲାକ୍ କ୍ୟାପ୍, ରିଚାର୍ଜ ଯୋଗ୍ୟ ବ୍ୟାଟେରୀ, କ୍ୟାମ୍ପ ଉପକରଣ, ମାଓବାଦୀ ବ୍ୟାନର, ପୋଷ୍ଟର ଓ ସାହିତ୍ୟ ଉଦ୍ଧାର କରିଛନ୍ତି।

ମତାମତ ଦିଅନ୍ତୁ ।