ମାଗଣାରେ ମିଳିବ ଜାତିଗତ ଓ ଆୟ ପ୍ରମାଣପତ୍ର

ଭୁବନେଶ୍ୱର : ଏଣିକି ମାଗଣାରେ ଜାତିଗତ ଓ ଆୟ ପ୍ରମାଣପତ୍ର ମିଳିବ। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ଏନେଇ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

ସୂଚନା ଅନୁଜଯୀ ରାଜ୍ୟ ସରକାର ଜାତିଗତ ଓ ଆୟ ପ୍ରମାଣପତ୍ର ପାଇଁ ଆବେଦନ ଫି ଓ ୟୁଜର୍ସ ଫି’କୁ ଉଚ୍ଛେଦ କରିବାକୁ ଯୋଜନା କରିଛନ୍ତି। ଅନୁସୂଚିତ ଜାତି ଓ ଜନଜାତି, ସାମାଜିକ ଓ ଆର୍ଥିକ ଦୁର୍ବଳ ବର୍ଗ (ଏସଇବିସି), ଅନ୍ୟାନ୍ୟ ପଛୁଆ (ଓବିସି) ବର୍ଗଙ୍କୁ ଜାତିଗତ ପ୍ରମାଣପତ୍ର ପାଇଁ ଆଉ କୌଣସି ଫି’ ଦେବାକୁ ପଡ଼ିବ ନାହିଁ। ଜାତିଗତ ଏବଂ ଆୟ ପ୍ରମାଣପତ୍ର ପାଇଁ ଏବେ ଆବେଦନକାରୀଙ୍କୁ ୩୦ଟଙ୍କା ଦେବାକୁ ପଡ଼ୁଛି।

ମତାମତ ଦିଅନ୍ତୁ ।