ମାଛମରା ଡଙ୍ଗା ବୁଡି ଜଣେ ନିଖୋଜ

ଭୁବନେଶ୍ଵର : ଭଦ୍ରକର ଚୁଡାମଣି ଘାଟରୁ ସମୁଦ୍ରକୁ ଯାଇଥିବା ମା ବିଲବାସୁଳି ନାମକ ମାଛ ମରା ଡଙ୍ଗାଟି ବୁଡ଼ିଯାଇଛି। ଜଣେ ମତ୍ସଜୀବୀ ନିଖୋଜ ହୋଇଥିବା ବେଳେ ୩ ଜଣ ମତ୍ସଜୀବୀ ପହଁରି କୂଳରେ ପହଞ୍ଚିଥିବା ଜଣାପଡିଛି। ଖବର ମିଳିଛି ଶନିବାର ବାସୁଦେବପୁର ସ୍ଥିତ ଚୁଡାମଣି ଘାଟରୁ ମା ବିଲବାସୁଳି ନାମକ ଏକ ଡଙ୍ଗାରେ ୪ ଜଣ ମତ୍ସଜୀବୀ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ। ସ୍ଥଳଭାଗଠାରୁ ଅଳ୍ପ ଦୂରରେ ଡଙ୍ଗାଟି ବୁଡି ଯିବାରୁ ୩ଜଣ ମତ୍ସଜୀବୀ ପହଁରି କୂଳକୁ ଆସିଥିଲେ।

ମତାମତ ଦିଅନ୍ତୁ ।