ମାନବାଧିକାର ସଂସ୍ଥାର ଅଭିଯୋଗ: ଉଇଘୁର ମୁସଲିମମାନଙ୍କ ଅଙ୍ଗପ୍ରତ୍ୟଙ୍ଗ କାଢିନେଉଛି ଚୀନ

ନୂଆଦିଲ୍ଲୀ : ଉଇଘୁର ମୁସଲିମମାନଙ୍କ ପ୍ରତି ଚୀନର ଅତ୍ୟାଚାର ନେଇ ଚାଇନା ଟ୍ରିବୁନାଲ ନାମକ ଏକ ମାନବାଧିକାର ସଂସ୍ଥା ଜାତିସଂଘରେ ଅଭିଯୋଗ କରିଛି। ଏହି ସଂସ୍ଥା ଅଭିଯୋଗ କରିଛି ଚୀନ ସରକାର ବନ୍ଦୀ କ୍ୟାମ୍ପରେ ଉଇଘୁର ମୁସଲିମମାନଙ୍କ ବିଭିନ୍ନ ଅଙ୍ଗ କାଢିନେଉଛନ୍ତି। ର୍ହର ଓକିଲ ହମିଦ ସାବି କହିଛନ୍ତି ଚୀନ ଉଇଘୁର ମୁସଲିମମାନଙ୍କୁ ବେଆଇନ ବନ୍ଦୀ କ୍ୟାମ୍ପରେ ଅକଥନୀୟ ଅତ୍ୟାଚାର କରିବା ସହ କିଡନୀ, ହୃତପିଣ୍ଡ ଓ ଆଖି କାଢିନେଉଛି।

ଗତ ସପ୍ତାହରେ ଆମେରିକା ପାକିସ୍ତାନକୁ ଏହି ପ୍ରସଙ୍ଗରେ ପ୍ରଶ୍ନ କରିଥିଲା। ପାକିସ୍ତାନକୁ ସମାଲୋଚନା କରି ଆମେରିକା କହିଥିଲା ପାକିସ୍ତାନ ସବୁବେଳେ କଶ୍ମୀର ମୁସଲମାନଙ୍କ କଥା ଉଠାଉଛି। କିନ୍ତୁ ଚୀନର ଉଇଘର ମୁସଲିମଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଚୁପ ରହୁଛି। ପଶ୍ଚିମ ଚୀନର ସିଂଜିଆଙ୍ଗ ରାଜ୍ୟରେ ପ୍ରାୟ ୧୦ ଲକ୍ଷ ମୁସଲିମଙ୍କ ପ୍ରତି ପାକିସ୍ତାନ ସମାନ ସମବେଦନା ଦେଖାଉ ବୋଲି ଆମେରିକା କହିଥିଲା।

ମତାମତ ଦିଅନ୍ତୁ ।