ମାର୍ଶାଘାଇ: ଦୁର୍ବୃତ୍ତଙ୍କ ଗୁଳି ଚୋଟରେ ଔଷଧ ଦୋକାନୀ ମୃତ

ଭୁବନେଶ୍ଵର : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇର ହାତିଆ ଠାରେ ଦୁର୍ବୃତ୍ତମାନଙ୍କ ଗୁଳିରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ମଣିକୁଣ୍ଡା ଗ୍ରାମର ଔଷଧ ଦୋକାନୀ ଗଗନ ସାହୁ। ସେ ଘରୁ ଚାଲି ଚାଲି ଦୋକାନକୁ ଆସିବା ବେଳେ ୩ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ଉପରକୁ ତିନି ରାଉଣ୍ଡ୍‌ ଗୁଳି ଚଳାଇଥିଲେ। ଅବସ୍ଥାରେ ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯିବା ବାଟରେ ଗଗନଙ୍କର ମୃତ୍ୟୁ ଘଟିଥିଲା।

ମତାମତ ଦିଅନ୍ତୁ ।